୦୯ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ଶୁକ୍ରବାର ସଂଧ୍ୟାରେ ମାନ୍ୟବର ବିଧାୟକ ରଣପୁର ଶ୍ରୀଯୁକ୍ତ ସତ୍ୟନାରାୟଣ ପ୍ରଧାନ ମହୋଦୟ ରଣପୁର ବ୍ଲକ୍ ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ କନ୍ଧନୟାଗଡ ଗ୍ରାମ ପଞ୍ଚାୟତ ର କୃଷ୍ଣ ଗୋପାଳ ବାଚସ୍ପତି ଙ୍କ ନାମ ଘୋଷଣା କରିଥିଲେ। ଆଗରୁ ଦୀର୍ଘ ଦିନ ହେଲା ଏହି ପଦବୀ ଖାଲି ପଡିଥିଲା ।

ବହୁ ଚାମୁଆ ଛାତ୍ର ନେତା ରେସ ରେ ରହି ଅଙ୍କ କଷୁଥିବା ବେଳେ କୃଷ୍ଣ ଗୋପାଳ ବଜୀମାରି ନେଇଛନ୍ତି । କୃଷ୍ଣ ଗୋପାଳ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ମାନ୍ୟବର ବିଧାୟକ ରଣପୁର ଶ୍ରୀଯୁକ୍ତ ସତ୍ୟନାରାୟଣ ପ୍ରଧାନ,

ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳର ସଂପାଦକ ସ୍ବର୍ଣ୍ଣ ପ୍ରକାଶ ରାଉତରାୟ, ନୟାଗଡ଼ ଜିଲ୍ଲା ବିଜୁ ଯୁବ ଜନତା ଦଳର ଉପସଭାପତି ସୁଧାଂଶୁ ଶେଖର ପ୍ରଧାନ, ନୟାଗଡ଼ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ଅର୍ଜୁନ ପଣ୍ଡା ଏବଂ ସୀତାରାମ ମାନସିଂହ ପ୍ରମୁଖ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତିି ।
















