ସମ୍ବଲପୁରରେ ବନ୍ଧୁକ କାରାବାରରେ ସଂଶ୍ଲିଷ୍ଟ ବଡ ଅପରାଧି ଗ୍ୟାଙ୍ଗକୁ ସମ୍ବଲପୁର ପୁଲିସ ଧରିଛି : ୬ ଗିରଫ, ୮ଟି ବନ୍ଧୁକ ସହ ଅଫୁଟା ଗୁଳି ଜବତ

୦୯ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ସମ୍ବଲପୁର :- ସମ୍ବଲପୁରରେ ବନ୍ଧୁକ କାରାବାରରେ ସଂଶ୍ଲିଷ୍ଟ ବଡ ଅପରାଧି ଗ୍ୟାଙ୍ଗକୁ ସମ୍ବଲପୁର ପୁଲିସ ଧରିଛି । ସେମାନଙ୍କ ନିକଟରୁ ୮ ଟି ବନ୍ଧୁକ ସହ ୨୨ ଟି ଅଫୁଟା ଗୁଳି, ଗୋଟିଏ ଖଣ୍ଡା, ୩ ଟି ଗାଡି, ୬ଟି ମୋବାଇଲ, ୧୧ ଲକ୍ଷ ୨୦ ହଜ଼ାର ୮୫୦ ଟଙ୍କା ଜବତ ସହିତ ୬ ଜଣଙ୍କୁ ଗିରଫ କରାଯାଇଛି ।

ସମ୍ବଲପୁରର ଧନୁପାଲି ଥାନା ଅନ୍ତର୍ଗତ ମହମ୍ମଦ ସମସେର ଓରଫ ପାଗଳ (୩୯), ମହମ୍ମଦ ମୋସିମ (୪୧), ଠେଲକୋଲୋଇ ଥାନା ଅନ୍ତର୍ଗତ ମୁନୁ ପାଣ୍ଡେ (୨୩), ମୋହିତ ପାଶ୍ବାନ (୨୦), ଅଇଁଠାପାଲି ଥାନା ଅନ୍ତର୍ଗତ ସନ୍ତୋଷ ମହାରଣା (୩୮) ଓ ବୁର୍ଲା ଥାନା ଅନ୍ତର୍ଗତ ମହମ୍ମଦ ଅହମଦ (୪୨)ଙ୍କୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୁଲିସ ଗିରଫ କରିଛି ।

ସେମାନଙ୍କ ନିକଟରୁ ଜବତ ବନ୍ଧୁକ ଗୁଡିକ ରାଜ୍ୟ ବାହାରୁ ଓଡିଶାକୁ ଚାଲାଣ ହେଉଥିବା ଜଣାପଡିଛି । ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରହିଛି ବୋଲି ସମ୍ବଲପୁର ଏସପି ମୁକେଶ କୁମାର ଭାମୁ ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କ ସହିତ କିଛି ରାଜନେତାଙ୍କ ସମ୍ପୁକ୍ତ ଥିବା ମଧ୍ୟ ଅଭିଯୋଗ ହୋଇଛି ।