କେନ୍ଦ୍ରାପଡା ଜିଲ୍ଲା ଆଇନ ସେବା ଏ ବର୍ଷର ଦ୍ୱିତୀୟ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ

ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କେନ୍ଦ୍ରାପଡ଼ା  :- କେନ୍ଦ୍ରାପଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଏ ବର୍ଷର ଦ୍ୱିତୀୟ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ତାଲୁକସ୍ତରୀୟ ପଟ୍ଟାମୁଣ୍ଡାଇ, ଆଳୀ ଓ ରାଜନଗର କୋର୍ଟମାନ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ ଲୋକ ଅଦାଲତରେ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ବିଶ୍ୱଜିତ ମହାନ୍ତି, ଫ୍ୟାମିଲ କୋର୍ଟ ଜଜ୍ ବିକାଶ ଚନ୍ଦ୍ର ଦେ, ଏ.ଡି.ଜେ ଅଜୟ କୁମାର ପ୍ରଧାନ, ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ପୂଜା ସଡଙ୍ଗୀ,

ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସୁମିତ୍ରା ସାହୁ, ସିନିଅର ସିଭିଲ୍ ଜଜ୍ ସ୍ୱିଟୀ ସାମନ୍ତରାୟ ଓ ଆଲୋକମୟୀ ପ୍ରଧାନ, ଅତିରିକ୍ତ ସିନିୟର ସିଭିଲ୍ ଜଜ୍ ସ୍ୱପ୍ନା ପଣ୍ଡା, ସିଭିଲ୍ ଜଜ୍ କୁମାର ସ୍ପନ୍ଦନ, ଏସ୍‌ଡିଓଏମ୍ ଲିପା ପୁଷ୍ପା ଖୁଣ୍ଟିଆ ଓ ଜେଏମ୍‌ଏଫ୍‌ସି ଅମିତ କୁମାର ବେହେରା ଏବଂ ତାଲୁକ ସ୍ତରୀୟ ବିଚାରପତିମାନେ ପଟ୍ଟାମୁଣ୍ଡାଇ, ଆଳୀ ଓ ରାଜନଗର ସିଭିଲ୍ କୋର୍ଟ ପରିଷରରେ ଅଶଗ୍ରହଣ କରି ପଞ୍ଜିକୃତ କୋର୍ଟ କେସ୍‌, ଖାଉଟି ମାମଲା ଇତ୍ୟାଦି ସମୁଦାୟ ୨୪୫୧ ଟି ମାମଲା ମଧ୍ୟରୁ ୧୭୪୨ ଟି ମାମଲା ଫଇସାଲା କରାଯାଇ ମୋଟ ଟ ୧୪,୮.୧୯୮.୦୦ ଜୋରିମାନା ଆକାରରେ ଆଦାୟ କରାଯାଇଛି ବୋଲି ଆଇନ ସେବା ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି ।

୨୭୨ ଟି କୋର୍ଟ କେସ ମଧ୍ୟରୁ ୩୦ ଟି ଫଇସାଲା କରାଯାଇ ଜୋରିମାନା ବାବଦକୁ ଟ ୧୧,୮୭,୭୮୦.୦୦, ମୋଟରଯାନ ଦୁର୍ଘଟଣା ମାମଲା ୬ଟି ମଧ୍ୟରୁ ଗୋଟିଏ ଫଇସାଲା କରାଯାଉ ଟ ୮,୨୦.୦୦୦, ଏନ୍‌.ଆଇ ଆକ୍ଟ. କେସ ୧୩୫ ମଧ୍ୟରୁ ୧୩ ଟି ଫଇସାଲା କରାଯାଇ ଟ ୩,୬୭,୭୮୦ , ଖାଉଟି ମାମଲା ୬ ଟି ମଧ୍ୟରୁ ୨ଟି ଫଇସାଲା କରାଯାଇ ଟ ୪୦,୦୦୦ ଏବଂ ରାଜସ୍ୱ ମାମଲା ୨୧୭୩ ମଧ୍ୟରୁ ୧୭୧୦ କେସ୍ ଫଇସାଲା କରାଯାଇ ଜୋରିମାନା ବାବଦକୁ ଟ ୨,୫.୪୧୮ ଆଦାୟ କରାଯାଇଛି । ପରିବାର ମାମଲା ୮୨ ମଧ୍ୟରୁ ୧୨ଟି, ଜମି ଅଧିଗ୍ରହଣ ମାମଲା ୧୬ଟି ମଧ୍ୟରୁ କୌଣସି ମାମଲା ସମାଧାନ ହୋଇନଥିବା ବେଳେ ଅନ୍ୟାନ୍ୟ ମାମଲା ୩୩ଟି ମଧ୍ୟରୁ ୪ଟି ମାମଲା ଫଇସାଲା ହୋଇଥିଲା । ଜିଲ୍ଲା ସ୍ତରୀୟ ଓ ତାଲୁକସ୍ତରୀୟ ଲୋକ ଅଦାଲତରେ ପଞ୍ଜିକୃତ ମାମଲା ଗୁଡିକୁ ଫଇସାଲା କରିବା ସମୟରେ କୋର୍ଟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିବା ବେଳେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସୁମିତ୍ରା ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର‌୍ୟ୍ୟ ସଂପାଦନ ହୋଇଥିଲା ।