୮ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଭିରୁଡ଼ା ପ୍ରାଥମିକ ବିଦ୍ୟାଳୟ ରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ରେ ୩୪ ଜଣ ଛାତ୍ର ଛାତ୍ରୀ ଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା l

ସି ଆର ସି ସି ବିଭୂତି ଭୂଷଣ ମିଶ୍ର , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଯୋଗେନ୍ଦ୍ର ସ୍ୱାଇଁ , ୱାର୍ଡ ମେମ୍ୱର ରୁପେଦ୍ର କୁମାର ଭୋଇ , ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଶୋକ କୁମାର ପଣ୍ଡା , ସହକାରୀ ଶିକ୍ଷକ କବିରାଜ ଦାସ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ପୋଷାକ ବଣ୍ଟନ କରିଥିଲେ ।













