ଓଡିଶା ତାଜା ନ୍ୟୁଜ୍ (୨୬ ଜୁନ୍ ଶୁକ୍ରବାର ) ଭୁବନେଶ୍ୱର :- ନୟାଗଡଜିଲ୍ଲା ଗଣିଆବ୍ଲକ ଅନ୍ତର୍ଗତ କିଶୋରପ୍ରସାଦ ଗ୍ରା.ପ.ସ୍ଥିତ ଓଡିଶା ଗ୍ରାମ୍ୟବ୍ୟାଙ୍କ କିଶୋରପ୍ରସାଦ ଶାଖାରେ ଦୀର୍ଘ ୧୫ବର୍ଷଧରି ବ୍ୟବସାୟ ସହାୟକ (B.C). ଭାବେ କାର୍ଯ୍ୟ କରିଆସୁଛନ୍ତି ଊକ୍ତ ଗ୍ରାମର ଊଦ୍ୟମୀ ଯୁବକ ବାବୁଲାଲ ମିଶ୍ର । କିଶୋରପ୍ରସାଦ ଏବଂ ସିଧାମୂଳାପଞ୍ଚାୟତର ପ୍ରତି ଗାଁକୁ ଗାଁ ବୁଲି ଘରେଘରେ ପହଞ୍ଚି ରାତିଅଧରେ ମଧ୍ୟ ମୋବାଇଲ୍ ବ୍ୟାଙ୍କସେବା ଯୋଗାଇଆସୁଛନ୍ତି । ପ୍ରାଥମିକ ଶିକ୍ଷକଭାବେ କାର୍ଯ୍ୟର ଆରମ୍ଭକରିଥିଲେ ମଧ୍ୟ ଗରୀବ, ଭିନ୍ନକ୍ଷମ,ବୃଦ୍ଧବୃଦ୍ଧା ମାନଙ୍କର ବିଭିନ୍ନ ଅସୁବିଧାକୁ ଲକ୍ଷ୍ୟକରି ସେ ଏହି କାର୍ଯ୍ଯକୁ ଆପଣେଇ ନେଇଥିବା କହିଛନ୍ତି ।
ସଂପ୍ରତି କରୋନା ମହାମାରୀ ସମୟରେ ଲୋକଙ୍କପାଇଁ ଦେବଦୂତ ସାଜିଛନ୍ତି ବାବୁଲାଲ୍ । ଗାଁ ଗାଁରେ ମାସ୍କ ଓ ସାନିଟାଇଜର୍ ବାଣ୍ଟିବାସହିତ ସ୍ୱଚ୍ଛତାର ସଚେତନତା କରାଊଛନ୍ତି । ଗାଁ ଦାଣ୍ତରେ ଦଊଠିଆ ଖଟ କିମ୍ବା ମାଟିବାରଣ୍ତା ଊପରେ ବସିପଡି ଲୋକଙ୍କର ସାଧାରଣଜନତା ଆକାଊଣ୍ଟ,ଊଜ୍ବଳାଗ୍ୟାସ,ପ୍ରଧାନମନ୍ତ୍ରୀ କିସାନ ଯୋଜନା ଏବଂ କାଳିଆ ଯୋଜନା ସଂପର୍କୀତ ସମସ୍ତବ୍ୟାଙ୍କ ସୁବିଧା ହାତପାହାନ୍ତାରେ ଯୋଗାଇ ଦେଇ ପ୍ରଶଂସାର ପାତ୍ର ହୋଇଛନ୍ତି । ସାଧାରଣଜନତା ତାଙ୍କୁମଧ୍ୟ କରୋନା ଯୋଦ୍ଧା କହିବାକୁ ପଛାଊନାହାନ୍ତି । କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ସେବାକୁ ଡିଜିଟାଲ ବ୍ୟଙ୍କିଂ ମାଧ୍ୟମରେ ଘରପାଖରେ ଯୋଗାଇଦେଇ ସେ ଏକ ଊଦାହରଣ ସୃଷ୍ଚି କରିଛନ୍ତି । (ରିପୋର୍ଟ –ରାମକୃଷ୍ଣ ରଥ)