No Result
View All Result
୭ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ସିକୋ :- ବେଗୁନିଆ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଓ ଶିକ୍ଷକ ସଂଘର ମିଳିତ ଆନୁକୁଲ୍ୟରେ ପ୍ରଧାନ ଶିକ୍ଷକ ସମ୍ମିଳିତ ବିଦ୍ୟାର୍ଥୀ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ହୋଇଯାଇଅଛି। ବେଗୁନିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ଙ୍କ ପୌରୋହିତରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ବେଗୁନିଆ ବୋଲଗଡ଼ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ ମୁଖ୍ୟ ବକ୍ତା ଡଃ ହର ପ୍ରସାଦ ଦାସ, ସମ୍ମାନିତ ଅତିଥି ଲକ୍ଷ୍ମୀଧର ସାହୁ (ବି.ଡି. ଓ) , ଲକ୍ଷ୍ମୀ ଦେଇ (ଏ.ବି. ଇ.ଓ), ସାନ୍ତୁନ ପାଇକରାୟ ,
ଚନ୍ଦ୍ରକାନ୍ତି ନାୟକ ଦାଶରଥି ନାୟକ ( ), ସତ୍ୟନାରାୟଣ ମହାପାତ୍ର (ସରପଞ୍ଚ) , ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ଭକ୍ତି ରଞ୍ଜନ ବେହେରା , ବିଧାୟକ ଙ୍କ ପ୍ରତିନିଧି ପ୍ରଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପରେ ବିଧାୟକ ଚାରା ରୋପଣ କରିଥିଲେ। ଛାତ୍ରଛାତ୍ରୀ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା। ପରେ ଅତିଥି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଚଳିତ ବର୍ଷ ବ୍ଲକ ର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ରେ ମାଟ୍ରିକ ପରୀକ୍ଷା ରେ ଏ ଗ୍ରେଡ ପାଇ ଉତ୍ତୀର୍ଣ୍ଣ ହୋଇଥିବା ୧୬ ଜଣ ଛାତ୍ରଛାତ୍ରୀ ଓ ପ୍ରତି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସର୍ବାଧିକ ନମ୍ବର ରଖିଥିବା ୨୨ ଜଣ ଛାତ୍ରଛାତ୍ରୀ ଙ୍କୁ ବେଗୁନିଆ ରୁ ଜବାହର ନବୋଦୟ ବିଦ୍ୟାଳୟ ରେ ଅଧ୍ୟୟନ ପାଇଁ ମନୋନୀତ ହୋଇଥିବା ୧୨ ଜଣ ଛାତ୍ରଛାତ୍ରୀ ବିଧାୟକ ସମ୍ବର୍ଦ୍ଧିତ କରିଥିଲେ। ଶିକ୍ଷକ ଅଖିଳେଶ ମହାପାତ୍ର ସଭା ସଂଯୋଜନା କରିଥିଲେ ।
No Result
View All Result