୦୬ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଭାରତ ଗସ୍ତରେ ଥିବା ଜାପାନିଜ୍ ସାଂସଦ ପ୍ରତିନିଧି ଦଳ, ଗଣେଶ ଗ୍ରୁପ୍କୁ ଫିକି ପକ୍ଷରୁ ଆତିଥ୍ୟତା ପ୍ରଦାନ କରାଯାଇଛି। ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ-ଜାପାନ ଆସୋସିଏସନ୍ ଅଧ୍ୟକ୍ଷ ୟୋସିହିଦେ ସୁଗାଙ୍କ ନେତୃତ୍ଵାଧୀନ ଏହି ପ୍ରତିନିଧି ଦଳ ଚାରି ଦିନିଆ ଭାରତ ଗସ୍ତରେ ଅଛନ୍ତି । ଜାପାନିଜ୍ ପ୍ରତିନିଧି ଦଳକୁ ସ୍ୱାଗତ କରିବା କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ଫିକି ଅଧ୍ୟକ୍ଷ ଶୁଭ୍ରକାନ୍ତ ପଣ୍ଡା ଦ୍ୱିପାକ୍ଷିକ ସଶକ୍ତ ସମ୍ପର୍କ ଏବଂ ନୀତିଗତ ସହଭାଗିତା ସମ୍ପର୍କରେ ଆଲୋକପାତ କରିଥିଲେ ।

ସେ ଭାରତରେ ଜାପାନିଜ କମ୍ପାନୀଗୁଡିକର ବୃହତ ଉପସ୍ଥିତି ବିଷୟରେ ଉଲ୍ଲେଖ କରିଥିଲେ । ଜାପାନର ବୈଷୟିକ ବିଦ୍ୟା ଓ ଗୁଣାତ୍ମକ ଉତ୍ପାଦ ଜଣାଶୁଣା ଏବଂ ଭାରତ ଦ୍ରୁତ ଗତିରେ ଆଗକୁ ବଢୁଥିବା ଏକ ବୃହତ ଅର୍ଥନୀତି ହୋଇଥିବାରୁ ଉଭୟ ଦେଶର ବଣିଜ୍ୟିକ ସଂସ୍ଥା ମଧ୍ୟରେ ସହଯୋଗର ସମ୍ଭାବନା ବିଷୟରେ ମଧ୍ୟ ଶ୍ରୀ ପଣ୍ଡା ଆଲୋଚନା କରିଥିଲେ ।















