୫ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନ :- ଭୁବନ ର ସର୍ବ ପ୍ରଥମ କନଭେଣ୍ଟ ସ୍କୁଲ ବିନାୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ବେହେରା ଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୁବନ ବନପାଳ ଶ୍ରୀମତୀ ସଶିରେଖା ଦିଆନି ମୁଖ୍ୟ ଅତିଥି ଓ କବିତା ବିଶ୍ଵାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୃକ୍ଷ ହିଁ ଜୀବନ । ବୃକ୍ଷ ଅଭାବ ରୁ ଜଳବାୟୁ ପରିବର୍ତ୍ତନ ହେଉଛି ଓ ସୁନାମି ଆସୁଛି ।
ବର୍ଷା ଦିନରେ ବର୍ଷା ନ ହେବା ଏହାର ପ୍ରମୁଖ କାରଣ ବୋଲି ମତବ୍ୟକ୍ତ କରିଥିଲେ। ବୃକ୍ଷ ରୋପଣ ହିଁ ସାରା ବିଶ୍ବ କୁ ସମ୍ଭାବ୍ୟ ବିପଦ ରୁ ରକ୍ଷା କରି ପାରିବ , ତେଣୁ ଛାତ୍ର ଛାତ୍ରୀ ଙ୍କ ସମେତ ଯୁବ ବର୍ଗ ବୃକ୍ଷ ରୋପଣ ଭଳି ମହତ କାର୍ଯ୍ୟ ପାଇଁ ଆଗଭର ହେବା ଉଚିତ ବୋଲି କହିଥିଲେ ।ଏହି ଅବସରରେ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ ଶତାଧିକ ଚାରା ରୋପଣ କରିଥିଲେ ।