ଦୁଇ ବସ୍ ମୁହାଁମୁହିଁ ଧକ୍କା ; ଉଭୟ ଗାଡ଼ିର ଡ୍ରାଇଭର ଗୁରୁତର, ୧୫ରୁ ଅଧିକ ଯାତ୍ରୀ ଆହତ

୫ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଲେଶ୍ୱର :- ବାଲେଶ୍ୱର ତାମୁଳିଆ ଓଭର ବ୍ରିଜରେ ଦୁର୍ଘଟଣା । ଦୁଇ ବସ ମୁହାଁମୁହିଁ ଧକ୍କା ହୋଇଛନ୍ତି । ବାରିପଦାରୁ ଆସୁଥିବା ଅଜୟ ବସର ଡ୍ରାଇଭର ଗୁରୁତର ଥିବା ଜଣାପଡିଛି । ଦୁର୍ଘଟଣାରେ ୧୫ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି । ଓଭରବ୍ରିଜରେ ଅନେକ ଟର୍ଣ୍ଣିଂ ରହିଛି ।

ଯାହା ଗାଡି ଚାଳକଙ୍କୁ ଅପରପଟୁ କିଏ ଆସୁଛି ଜଣାପଡୁନି । ତେଣୁ ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଗାଡି ଜାମ ହୋଇଯାଇଥିଲା । ତେବେ ପୋଲିସ ଆସି ପହଂଚିବା ପରେ ଭିଡ ଏଡାଇଛି । ରାସ୍ତାରୁ ଦୁର୍ଘଟଣା ଗ୍ରସ୍ତ ବସକୁ ହଟାଯାଇଛି ।