No Result
View All Result
୫ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :- ଚିଲିକା ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦ୍ଦେବ ଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ବଡପୋଖରିଆ ପାର୍ଟି ଅଫିସ ଠାରେ ଜୁଲାଇ ୨୮ ତାରିଖ ଦିନ ଏକ ବିଶାଳ ରାଲି ସହିତ ଚିଲିକା ନିର୍ବାଚନ ମଣ୍ଡଳୀ କୁ ଗ୍ରାଣ୍ଡ ଏଣ୍ଟ୍ରି ପାଇଁ ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି , ଚିଲିକା ନିର୍ବାଚନ ମଣ୍ଡଳୀ ର ବାଲୁଗାଁ, ବାଣପୁର ଦୁଇଟି ବ୍ଲକ ,

ଦୁଇଟି ଏ ନେ ସି, ର ବିଜୁ ଜନତା ଦଳର ସମସ୍ତ ସରପଞ୍ଚ,ସମସ୍ତ ସମିତି ସଭ୍ୟ, ଜିଲ୍ଲା ପରିଷଦ, ମହିଳା, ଛାତ୍ର,ଯୁବ, ଆଗଧାଡିର ନେତା,ଓ କର୍ମୀ ମାନେ ବୈଠକ ରେ ଯୋଗ ଦେଇଥିଲେ, ଏବଂ ଆଜି ବାଲୁଗାଁ ଏ ନେ ସି ତିନିନମ୍ବର୍ ୱାର୍ଡ ର ପୂର୍ବତନ କାଉନସିଲର ସ୍ଵାଧୀନ ବେହେରା ଏବଂ ତୁମୁରାପୁଟ ପଞ୍ଚାୟତ ର ବିକ୍ରମ ଦଳେଇ ବିଜେପି ଛାଡ଼ି ବିଜେଡି ରେ ଯୋଗ ଦେଲେ, କୋର୍ଟ କଟକଣା କରିଥିବାରୁ ସେ ଦୀର୍ଘ ମାସ ଧରି ଚିଲିକା ଯାଇପାରି ନାହାଁନ୍ତି ।

ଏବେ ଏହି କଟକଣା ଚଳିତ ଜୁଲାଇ ୨୪ ତାରିଖର ଶେଷ ହେଉଛି । ସେଦିନ ବିଧାୟକଙ୍କୁ ପ୍ରାୟ ୬ ହଜାର ମୋଟରସାଇକେଲ ଶୋଭାଯାତ୍ରାରେ ନିଆଯିବ। ଏଥିସହିତ ପାଇକମାନଙ୍କ ଦ୍ବାରା ଏକ ବଡ ପାଇକ ଶୋଭାଯାତ୍ରାର ମଧ୍ୟ ଆୟୋଜନ କରାଯାଇଛି। ଏହି ଶୋଭାଯାତ୍ରା ୨୮ ତାରିଖ ଶୁକ୍ରବାର ଦିନ ହେବ। ସେଦିନ ଏହି ଶୋଭାଯାତ୍ରା ବାଲୁଗାଁର ଐତିହାସିକ ମାମୁଁଭଣଜା ପାହାଡରୁ ଆରମ୍ଭ ହୋଇ ବାଣପୁରର ଐତିହାସିକ ପଲଟନ ପଡିଆ ଠାରେ ସହିଦ କୃତିବାସ ପାଟ୍ଟଶାଣୀ ଙ୍କ ପ୍ରତିମୃତି ଉନ୍ମଚିତ କରିବେ,।

ତେବେ ଏହି ବିରାଟ ପଟୁଆରର ଆୟୋଜନ କରିଛି ଏକ ପାଇକ ମହାସଂଘ । ସେଦିନ ସଂଘର କର୍ମକର୍ତ୍ତାମାନେ ପାଇକ ବେଶରେ ପାଇକ ଆଖଡା କରି ପ୍ରଶାନ୍ତଙ୍କୁ ଶୋଭାଯାତ୍ରାରେ ନେବେ।ବାଣପୁର ପଲଟନ ପଡିଆରେ ଶୋଭାଯାତ୍ରା ଶେଷ ହେବା ପରେ ସେଠାରେ ଏକ ପାଇକ ଆଖଡାର ଆୟୋଜନ ମଧ୍ୟ ହେବ। ଏଥିସହିତ ସେଠାରେ ସ୍ବାଗତ ସମ୍ବର୍ଦ୍ଧନା ସଭାର ମଧ୍ୟ ଆୟୋଜନ କରାଯିବ। ଏହି ଶୋଭାଯାତ୍ରା ସଭାରେ ପ୍ରଶାନ୍ତଙ୍କର ହଜାର ହଜାର ସମର୍ଥକ ମଧ୍ୟ ସାମିଲ ହେବେ।

ଏବଂ ପରିଶେଷରେ ମା ଭଗବତୀ ଙ୍କୁ ଦର୍ଶନ କରିବେ,,ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଶାନ୍ତ ଜଗଦେବ ଙ୍କ ଦୀର୍ଘ ଦିନର ଅନୁପସ୍ଥିତ ଯୋଗୁଁ ସେଠାକାର ରାଜନୀତି ମଧ୍ୟ ଗୋଳିଆ ହୋଇ ଯାଇଛି। କର୍ମିମାନେ କଣ କରିବେ, କାହାକୁ ଗୁହାରୀ କରିବେ ସେ ନେଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଧାୟକ ଙ୍କ ଉପସ୍ଥିତିରେ ଚିଲିକା ରାଜନୀତିର ମୋଡ ବଦଳିଯିବ ବୋଲି ଜନସାଧାରଣ ମାନେ ଆଲୋଚନା କରୁଛନ୍ତି ।

No Result
View All Result