କେନ୍ଦ୍ରାପଡା ଜିଲ୍ଲାରେ ଜିଲ୍ଲାପାଳ ସବୁ ଜାଣି ନଜାଣିଲା ପରି ଚୁପ ରହୁଛନ୍ତି – ଯାହା ଫଳରେ ବିକାଶରେ ବାଧା ଦେଖାଦେଇଛି

ମନ୍ତ୍ରୀ କାହିଁକି ନିଜ ଜିଲ୍ଲାକୁ କରୁଛନ୍ତି ଅବହେଳା …!!

ଯାହା ଫଳରେ ବିକାଶରେ ବାଧା ଦେଖାଦେଇଛି

୪ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କେନ୍ଦ୍ରାପଡା :-  ଯାହା ଫଳରେ ବିକାଶରେ ବାଧା ଦେଖାଦେଇଛି , ଅନେକ ପଦବୀରେ କର୍ମଚାରୀ ନ ଥିବାରୁ କାର‌୍ୟରେ ବାଧା ଦେଖାଦେଇଛି । ଜଣେ ଅଧିକାରୀଙ୍କୁ ଏକାଧିକ ବିଭାଗର ଦାୟିତ୍ତ୍ୱ ଦିଆଯାଇଛି । ଯନ୍ତ୍ରୀମାନଙ୍କୁ ଏକାଧିକ ଦାୟିତ୍ତ୍ୱ ଦିଆଯାଇଥିବାରୁ ସଠିକ ଭାବେ କାର୍ଯ୍ୟର ତଦାରଖ କରାଯାଇପାରୁନାହିଁ । ଯାହା ଫଳରେ ବିକାଶରେ ବାଧା ଦେଖାଦେଇଛି । କେନ୍ଦ୍ରାପଡା ପୁର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ କ୍ଷିରୋଦ ଚନ୍ଦ୍ର ବେହେରା ଏବଂ ସହକାରୀ ଯନ୍ତ୍ରୀ ପ୍ରଶନ୍ନ କୁମାର ସାମଲଙ୍କୁ ଦୁଇମାସ ପୂର୍ବେ ଏକ ସେତୁ ଭୁଷୁଡିବା ଅଭିଯୋଗରେ କାର୍ଯ୍ୟରୁ ନିଳମ୍ବନ କରାଯାଇଥିଲା ।

କେନ୍ଦ୍ରାପଡା ପୁର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସରୋଜ ନାୟକଙ୍କୁ କେନ୍ଦ୍ରାପଡା ପୁର୍ତ୍ତ ବିଭାଗର ଦାୟିତ୍ତ୍ୱ ଦିଆଯାଇଛି । ଯନ୍ତ୍ରୀ ଶ୍ରୀ ନାୟକ ଚଳିତମାସ ୩୧ତାରିଖରେ ଅବସର ନେବାକୁ ଯାଉଛନ୍ତି । ଶ୍ରୀ ନାୟକଙ୍କ ଅବସର ପରେ କାର୍ଯ୍ୟ କିପରି ହେବ ସେ ନେଇ କାହାର ଚିନ୍ତା ନାହିଁ । ଜିଲ୍ଲାର ଅନେକ ରାସ୍ତା, ସେତୁ ଏବଂ ଗୃହ ନିର୍ମାଣ ଚାଲିଛି । ଜଣେ ଜଣେ ଯନ୍ତ୍ରୀ ଏକାଧିକ ଦାୟି୍‌ତ୍ତ୍ୱରେ ଥିବାରୁ କାର୍ଯ୍ୟସ୍ଥଳକୁ ଯାଇପାରୁ ନାହାନ୍ତି । ଟେଣ୍ଡର ହୋଇଥିବା ପ୍ରକଳ୍ପର କାର୍ଯ୍ୟଦେଶ ଦିଆଯାଇପାରୁ ନାହିଁ ।

ଦୁଇମାସରୁ ଅଧିକ ଖାଲି ପଡିଥିବା ପୁର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିଯୁକ୍ତି ମିଳୁନାହିଁ । କେନ୍ଦ୍ରାପଡା ଗୋବରୀ ବାଇପାସ ରାସ୍ତା ନିର୍ମାଣ ଅଧାରୁ ଅଟକି ଯାଇଛି । ସେହିପରି କେନ୍ଦ୍ରାପଡା ଇନ୍‌ଡୋର ଷ୍ଟାଣ୍ଡିୟମ, କେନ୍ଦ୍ରାପଡା ବସଷ୍ଟାଣ୍ଡ ସମେତ ବିଭିନ୍ନ ସେତୁର ନିର୍ମାଣ କାର୍ଯ୍ୟଧିମେଇ ଯାଇଛି । ଜିଲ୍ଲାର ବିକାଶ ପାଇଁ କୋଟି କୋଟି ଟଙ୍କା ଜମାଥିବା ବେଳେ ଏହାକୁ ଯନ୍ତ୍ରୀ ଅଭାବରୁ ବିନିଯୋଗ କରାଯାଇପାରୁ ନାହିଁ । ଜିଲ୍ଲାପାଳ ସବୁ ଜାଣି ନଜାଣିଲା ପରି ଚୁପ ରହୁଛନ୍ତି । କାମ ଶେଷ କରିଥିବା ଠିକାଦାରମାନେ ବିଲର ଦେୟ ନପାଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ।