No Result
View All Result
୪ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପାଟଣାଗଡ଼ :- ବଣମଲ୍ଲି ପରି ବଣରେ ଫୁଟି ମଉଳି ଯାଉଥିବା ପ୍ରତିଭା କୁ ଲୋକଲୋଚନକୁ ଆଣି ଥାଏ ବିଭିନ୍ନ ପ୍ରତିଯୋଗିତା । ପ୍ରାଥମିକ ବିଦ୍ୟାଳୟ ସ୍ତରଠୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କ ଲୁକ୍କାୟିତ ପ୍ରତିଭା କୁ ଅନ୍ୱେଷଣ କରି ଥାନ୍ତି ଅନେକ ଅନୁଷ୍ଠାନ । ଏହି ନିକଟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଜିଲ୍ଲା ସଂସ୍କୃତି ବିଭାଗ ବଲାଙ୍ଗିର ପକ୍ଷରୁ ଆୟୋଜିତ ଗଙ୍ଗାଧର କବିତା ଆବୃତି ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଜଣକ ହେଉଛନ୍ତି ବାଲିପଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସପ୍ତମ ଶ୍ରେଣୀ ର ଶୁଭଶ୍ରୀ ସାହୁ ।
ବାପା ପ୍ରଫୁଲ୍ଲ କୁମାର ସାହୁ ଜଣେ ଆୟୁର୍ବେଦିକ ଚିକିତ୍ସକ ହୋଇ ଥିବା ବେଳେ ମାଁ ପୁଷ୍ପାଞ୍ଜଳି ସାହୁ ଜଣେ ଗୃହିଣୀ । ଛୋଟ ଥିବା ସମୟରୁ ଶୁଭଶ୍ରୀ ଙ୍କ ପ୍ରତିଭା ଚାରିଆଡେ ବିଛୁରିତ ହୋଇଯାଇଛି । ସେ ପଞ୍ଚମ ଶ୍ରେଣୀ ପଢ଼ୁଥିବା ବେଳେ ‘ମୁଁ ଜଜ ହେବି’ ବୋଲି କହି ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଥିଲେ ଏହି ଛାତ୍ରୀ ଜଣକ ।
ପାଟଣାଗଡ଼ ର ତତ୍କାଳୀନ ତହସିଲଦାର ଡ଼. ପୁଷ୍ପାଞ୍ଜଳି ପଣ୍ଡା ଏହି ଝିଅର ନିର୍ଭୀକ ଏବଂ ସ୍ୱଷ୍ଟବାଦୀତା ନେଇ ନିଜ ସିଟରେ ବସେଇବା ସହିତ ନିଜର ଟ୍ୱିଟର ଏକାଉଣ୍ଟ ରେ ମଧ୍ୟ ସେଆର କରିଥିଲେ । ଯାହାକୁ ନେ ସାରା ରାଜ୍ୟରେ ଚର୍ଚ୍ଚା ହୋଇଥିଲା । ଶୁଭଶ୍ରୀ ତାଙ୍କର ଏହି ପୁରସ୍କାର ପାଇଁ ସେ ତାଙ୍କ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଜୋତ୍ସ୍ନାରାଣୀ ଭୋଇ ଏବଂ ସମସ୍ତ ଶିକ୍ଷୟତ୍ରୀ ଏବଂ ନିଜର ପିତାମାତାଙ୍କୁ ଶ୍ରେୟ ଦେଇଛନ୍ତି ।
No Result
View All Result