No Result
View All Result
୪ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :- ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଧୀନ ସହୀଦ ନଗର ଅଞ୍ଚଳରେ ଏକ ଅଘଟଣ ଘଟିଯାଇଛି l ମୃତକ ହେଲେ ବାପୁ ପଣ୍ଡାଙ୍କ ସ୍ତ୍ରୀ ଟିକିନି ପଣ୍ଡା (35) l ଖବର ମୁତାବକ ବାଲୁଗାଁ ନିକଟସ୍ଥ ସାମନ୍ତରାୟ ପୁର ସହିଦ ନଗର ବାସିନ୍ଦା ବାପୁ ପଣ୍ଡା ଙ୍କ ଧର୍ମ ପତ୍ନୀ ଟିକିନି ପଣ୍ଡା(୩୫) ଗ୍ରାମରେ ଥିବା ମଙ୍ଗେଇ ପୋଖରୀ କୁ ଆଜି ଭୋର ଚାରିଟା ସମୟରେ ଗାଧୋଇବା ପାଇଁ ଯାଇଥିଲେ । ଟିକିନି ଗାଧୋଇବା ହ ସମୟରେ ତାଙ୍କର କୌଣସି କାରଣ ବଶତଃ ଗୋଡ ଖସି ଯାଇଥିଲା । ଯାହା ଫଳରେ ଟିକିନି ପୋଖରୀ ମଧ୍ୟରେ ବୁଡ଼ି ଯାଇଥିଲେ ।
ସେଠାରେ ଅନ୍ୟ ଏକ ମହିଳା ତାଙ୍କୁ ଦେଖି ଗ୍ରାମରେ କିଛି ବ୍ୟକ୍ତିଙ୍କୁ ଡାକିଥିଲେ କିନ୍ତୁ ଗ୍ରାମର କିଛି ଲୋକ ଆସିବାର ବିଳମ୍ବ ହେବାରୁ ମହିଳା ଜଣକ ବୁଡ଼ିଯାଇ ପୋଖରୀ ମଧ୍ୟରେ ନିଖାଜ ହୋଇ ଯାଇଥିଲେ । ସଙ୍ଗେ ସଙ୍ଗେ ପରିବାର ଲୋକେ ବାଲୁଗାଁ ଦମକଳ ବାହିନୀ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବାଲୁଗାଁ ଦମକଳ ବାହିନୀ ପହଞ୍ଚି ପୋଖରୀରୁ ବହୁ ଖୋଜା ଖୋଜି କରିବା ପରେ ମହିଳା ଙ୍କୁ ପୋଖରୀ ମଧ୍ୟରୁ ଉଦ୍ଧାର କରିବା ସହିତ ବାଲୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ସେଠାରେ ଡାକ୍ତର ମହିଳା ଜଣଙ୍କୁ ମୃତ ଘୋଷଣା କରିଥିଲେ ।

No Result
View All Result