୩ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ ସଦର :- ୪୨ ମୌଜା ଥାନା ଅନ୍ତର୍ଗତ ଶ୍ରୀରାମରେ ଅବସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୭୪ତମ ବନ ମହୋତ୍ସବ ବୃକ୍ଷରୋପଣ ସହିତ ପାଳିତ ହୋଇଯାଇଛି। ଚଳିତବର୍ଷ ବନ ମହୋତ୍ସବ ସପ୍ତାହ ଅବସରରେ ଫୁଲନଖରା ବନାଞ୍ଚଳ, ନଗର ବନଖଣ୍ଡ , ଭୁବନେଶ୍ୱର ତରଫରୁ ଫରେଷ୍ଟର ଶ୍ରୀକାନ୍ତ ବେହେରାଙ୍କ ତତ୍ତ୍ଵାବଧାନରେ ମୁଖ୍ୟ ଅତିଥି ଭାବରେ ବିଶ୍ୱମାନବାଧିକାର ପରିଷଦର ରାଜ୍ୟ ସମ୍ପାଦକ ଡଃ. ଏସ.କେ.କଲିମୁଲ୍ଲା, ପ୍ରକୃତିବନ୍ଧୁ ନବକିଶୋର ପଣ୍ଡା ଓ ସମାଜସେବୀ ବସନ୍ତ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରକାଶ ରଞ୍ଜନ ଶତପଥୀ, ପତିତପାବନ ମହାପାତ୍ର, ଅଜିତ କୁମାର ନାଟିଆ, ସୁଧୀର ଜେନା, ଭବାନୀଶଙ୍କର ପାତ୍ର, ବିଶ୍ୱଜିତ ବେଉରିଆ, ପ୍ରତିମା ଜେନା, ତୃପ୍ତିମୟୀ ପରିଡ଼ା, ମନସ୍ଵିନୀ ଆଚାର୍ଯ୍ୟ ଏବଂ ବିଭାଗୀୟ ଫରେଷ୍ଟ ଗାର୍ଡ ଦିଲ୍ଲୀପ କୁଜ୍ଜୁର ଓ ସମସ୍ତ ଷ୍ଟାଫ ଯୋଗଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ଚାରାରୋପଣ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡଃ. କଲିମୁଲ୍ଲା ଛାତ୍ରଛାତ୍ରୀମାନଙ୍କୁ ବର୍ତ୍ତମାନ ପରିସ୍ଥିତିରେ ବୃକ୍ଷର ଉପାଦେୟତା ବିଷୟରେ ଉପଦେଶ ଦେଇ ସମସ୍ତଙ୍କୁ “ଗଛଟିଏ, ଜୀବନଟିଏ” ଏବଂ ଗୋଟିଏ ବୃକ୍ଷ ଦଶଟି ସୁପୁତ୍ର ସହ ସମାନ ବୋଲି କହି ସମସ୍ତଙ୍କୁ ଗଛ ଲଗାଇବାକୁ ଅନୁପ୍ରାଣୀତ କରିଥିଲେ। ସମସ୍ତଙ୍କ ସହଯୋଗ ପାଇଁ ବିଦ୍ୟାଳୟ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।














