No Result
View All Result
୩ ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଭାରତର ଅଗ୍ରଣୀ ଇସ୍ପାତ ନିର୍ମାତା ଓ ନିର୍ମାଣ ଶିଳ୍ପର ଅଗ୍ରଦୂତ ଟାଟା ଷ୍ଟିଲ୍ ପକ୍ଷରୁ ଓଡ଼ିଶାରେ ସର୍ବପ୍ରଥମ ସମ୍ପୂର୍ଣ୍ଣ ସ୍ୱୟଂକ୍ରିୟ ନିର୍ମାଣ ସର୍ଭିସ୍ ସେଂଟର୍ର ଉଦ୍ଘାଟନ କରାଯାଇଛି । ଟାଟା ଷ୍ଟିଲ୍ର ଚ୍ୟାନେଲ୍ ପାର୍ଟନର ସାଗର ବିଜନେସ୍ ପ୍ରାଇଭେଟ୍ ଲିମିଟେଡ୍ ସହଯୋଗରେ କଟକର ଟାଙ୍ଗିରେ ୧୧ ଏକରରେ ବ୍ୟାପ୍ତ ଅଂଚଳରେ ଏହି ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ଅତ୍ୟାଧୁନିକ ସ୍ୱୟଂକ୍ରିୟ ମାନୁଫାକଚରିଂ (ବିନିର୍ମାଣ) ସୁବିଧା ସହିତ କଟ୍ ଆଣ୍ଡ୍ ବେଣ୍ଡ୍ ରିବାର, କପଲର୍ ଥ୍ରେଡିଂ ଓ ୱେଲ୍ଡେଡ୍ ଓୟାର ମେସ୍ ଉତ୍ପାଦନ କରିବା ଲାଗି ଏହି କେନ୍ଦ୍ରର କ୍ଷମତା ୩୦୦୦ ଟିପିଏମ୍ (ମାସ ପିଛା ଟନ୍) ରହିଛି । ଟାଟା ଷ୍ଟିଲ୍ର ମାର୍କେଟିଂ ଓ ସେଲ୍ସ-ଲଙ୍ଗ ପ୍ରଡକ୍ଟସ୍ ବିଭାଗର ଚେୟାରପର୍ସନ ଆଶିଷ ଅନୁପମ ଏହି କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ପରେ ଭୁବନେଶ୍ୱରରେ ଏକ ଗ୍ରାହକ ସ୧ିଳନୀ ଆୟୋଜନ କରାଯାଇଥିଲା ଯେଉଁଥିରେ ଭିତିଭୂମି, ଗୃହ ଓ ବାଣିଜ୍ୟ ଏବଂ ଶିଳ୍ପ କ୍ଷେତ୍ରର ଷାଠିଏ ଗ୍ରାହକଙ୍କ ସମେତ ଟାଟା ଷ୍ଟିଲ୍ର ବିଶିଷ୍ଟ ବ୍ୟକ୍ତିବିଶେଷ ଓ ଓଡ଼ିଶାର ଏଇସି (ସ୍ଥାପତ୍ୟ, ଇଞ୍ଜିନିୟରିଂ ଓ କନଷ୍ଟ୍ରକ୍ସନ) ସମୁଦାୟର ଲୋକମାନେ ଅଂଶଗ୍ରହଣ କରିଥିଲେ ।
ଟାଟା ଷ୍ଟିଲ୍ର ମାର୍କେଟିଂ ଓ ସେଲ୍ସ-ଲଙ୍ଗ ପ୍ରଡକ୍ଟସ୍ ବିଭାଗର ଚେୟାରପର୍ସନ ଆଶିଷ ଅନୁପମ କହିଛନ୍ତି ଯେ, “ନିର୍ମାଣ ହେଉଛି ଅନ୍ୟତମ ପ୍ରମୁଖ କ୍ଷେତ୍ର ଯାହା ଇସ୍ପାତ ଉପଯୋଗିତା ବଢ଼ାଇବ ଏବଂ ନିର୍ମାଣରେ ଅଟୋମେସନ ହେଉଛି ଏକ ରୂପାନ୍ତରୀତ ଶକ୍ତି ଯାହା ନୂଆ ଉତ୍ସାହର ସହ ଶିଳ୍ପକୁ ଅତୁଳନୀୟ ଅଭିବୃଦ୍ଧି ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର କରାଇବ । ଓଡ଼ିଶାରେ ସର୍ବପ୍ରଥମ ସମ୍ପୂର୍ଣ୍ଣ ସ୍ୱୟଂକ୍ରିୟ ନିର୍ମାଣ ସର୍ଭିସ୍ ସେଂଟରର ଶୁଭାରମ୍ଭ ପାଇଁ ସାଗର ବିଜନେସ୍ ପ୍ରାଇଭେଟ୍ ଲିମିଟେଡ୍ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଉତ୍ସାହିତ ଓ ଏହା ଜରିଆରେ ଆମେ ଦୀର୍ଘସ୍ଥାୟୀତ୍ୱ, ସୂକ୍ଷ୍ମ, ଗୁଣାତ୍ମକ ଓ ଦ୍ରୁତ ନିର୍ମାଣର ଏକ ନୂତନ ଯୁଗର ମୂଳଦୁଆ ସ୍ଥାପନ କରିଛୁ ।’’ ନିର୍ମାଣ ଶିଳ୍ପକୁ ଆଗକକୁ ବଢ଼ାଇବା ଓ ଟାଟା ଷ୍ଟିଲ୍କୁ ଏହି ଅଂଚଳରେ ସୂଚନା ଓ ସଚେତନତାର ଏକ ପ୍ରମୁଖ କେନ୍ଦ୍ର ଭାବେ ଉପସ୍ଥାପିତ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିର୍ମାଣ ଶିଳ୍ପ ପ୍ରୟୋଗରେ ବିପ୍ଳବ ଆଣିବାକୁ ପ୍ରସ୍ତୁତ ରହିଛି ଏବଂ ଓଡ଼ିଶା ଦ୍ରୁତ ଅଭିବୃଦ୍ଧିଶୀଳ ଭିତିଭୂମି ଚାହିଦା ପୂରଣ କରିବ ।
ନବସୃଜନ ଓ ଉତ୍କର୍ଷ ପ୍ରତି ଟାଟା ଷ୍ଟିଲ୍ର ପ୍ରତିବଦ୍ଧତା ଏହାର ଉଦ୍ୟମରେ ପ୍ରତିଫଳିତ ହେଉଥିବା ବେଳେ କଂପାନି ପାରମ୍ପରିକ ଇସ୍ପାତ ଉତ୍ପାଦନଠାରୁ ଆଗକୁ ଦେଖୁଛି ଏବଂ ନିର୍ମାଣ କ୍ଷେତ୍ରର ଏକ ବ୍ୟାପକ ସମାଧାନ ପ୍ରଦାନକାରୀ ଭାବେ ନିଜର ସ୍ଥିତି ସୁଦୃଢ଼ କରି ଆଗକୁ ବଢ଼ୁଛି । ଭୁବନେଶ୍ୱରରେ ସଂଦ୍ଧ୍ୟାରେ ଆୟୋଜତି ଏହି କାର୍ଯ୍ୟକ୍ରମରେ ଶିଳ୍ପ ଜଗତର ଦୁଇ ବିଶିଷ୍ଟ ବକ୍ତା ନିର୍ମାଣ ଶିଳ୍ପର ଭବିଷ୍ୟତ ଏବଂ ଆଧୁନିକ ନିର୍ମାଣ ପ୍ରଯୁକ୍ତି ଉପରେ ଆଲୋଚନା କରିଥିଲେ । ବେରିଡେନ୍ ଉଡ୍, ଅଷ୍ଟ୍ରେଲିଆର ଏସିଆ ପାସିଫିକ୍ ଲିଡ୍ ଆଦମ୍ ଜୋର୍ଡନ୍ “ଦୁନିଆରେ ନିର୍ମାଣର ଭବିଷ୍ୟତ’ ଉପରେ ଚିନ୍ତାଶୀଳ ତଥ୍ୟ ଉପସ୍ଥାପନ କରିଥିଲେ । “ଭରତରେ ଆଧୁନିକ ନିର୍ମାଣ ପ୍ରଯୁକ୍ତି’ ସମ୍ପର୍କିତ ବକ୍ତବ୍ୟ ମାଧ୍ୟମରେ ବି. ଜି. ସିର୍କେ କନଷ୍ଟ୍ରକ୍ସନ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ର ବରିଷ୍ଠ ଭିପି (ଇଞ୍ଜିନିୟରିଂ) ଯୋଗେଶ ପ୍ରଭାକର କଜାଲେ ଦର୍ଶକଙ୍କୁ ବିମୋହିତ କରିଥିଲେ ।

No Result
View All Result