୨ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ ବ୍ଲକ :- ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ପଞ୍ଚାୟତ ଅଧିନସ୍ଥ ବେତାର୍ସିଂ ଗ୍ରାମରେ ରେ ଘଟିଛି ଏକ ଅଭାବନିୟ ଘଟଣା ସାଙ୍ଗ ହୋଇ ସାଙ୍ଗ କୁ କଲା ହତ୍ୟା l ଅଭିଯୁକ୍ତ ନରେନ୍ଦ୍ର ଶବର ହତ୍ୟା କରି ରାୟଗଡ଼ ଥାନା ରେ ଆତ୍ମ ସମର୍ପଣ କରିଥିବା ଜଣାପଡ଼ିଛି l ବିଶେଷ ସୂତ୍ରରୁ ଖବର ଯେ ମଣି ଭୂୟାଙ୍କୁ ଘରୁ ଡ଼ାକିନେଇ କିଛି ବାଟ ଯିବା ପରେ ନରେନ୍ଦ୍ର ଶବର ମାରଣା ହସ୍ତ୍ରରେ ଆକ୍ରମଣ ପରେ ବହୁ ରକ୍ତ ବୋଇଯାଇଥିଲା ,
ସ୍ଥାନୀୟ ଲୋକେ ଘାଟଣା ସ୍ତଳରେ ପହଞ୍ଚିବା ବେଳକୁ ମଣି ଭୂୟାଁ ଙ୍କ ମୃତ୍ୟୁ ହୋଇଥିଲା l ମଣି ଭୂୟାଁ ଙ୍କ ଭାଇ ରାୟଗଡ଼ ଥାନାରେ ଅଭିଯୋଗ କଲାପରେ ରାୟଗଡ଼ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଘଟଣା ସ୍ଥଳରେ ପହଞ୍ଚି କେଶ୍ ନମ୍ବର ୬୦/୨୩ ରେ ଏକ ମାମଲା ରୁଜୁ କରିଛନ୍ତି l ମୃତ ଶବକୁ ଜବତ କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ମୂଖ୍ୟ ଚିକିତ୍ସାଲୟକୁ ପଠାଇଛନ୍ତି ବର୍ତ୍ତମାନ୍ ପର୍ୟ୍ୟନ୍ତ ହତ୍ୟାର କାରଣ ଜଣାପଡ଼ିନାହିଁ l













