୨ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଣପୁର :- ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ପ୍ରତାପ ଓ ମାଣିକପୁର ରାସ୍ତା ମଝିରେ ଘଟିଛି ଏକ ମର୍ମତୁଦ ସଡକ ଦୁର୍ଘଟଣା । ଦୁଇଟି ବାଇକ୍ ମୁହାଁ ମୁହିଁ ଧକା ହେବାରେ । ପ୍ରତାପ ଗ୍ରାମର ବାଇକ୍ ଚାଳକ କାହ୍ନୁ ଚରଣ ସ୍ବାଇଁ (୧୮) ବର୍ଷ । ଘଟଣା ସ୍ଥଳରେ ମୃତ ଘଟିଥିବା ବେଳେ ।
ସେହି ଗ୍ରାମର କାଳିଆ ବେହେରାଙ୍କ ପୁଅ ଶିବୁନ ବେହେରା (୧୭ବର୍ଷ) ଓ ସୁବାସ ବାରିକଙ୍କ ପୁଅ ନିବାସି ବାରିକ (୨୧ବର୍ଷ)ଙ୍କୁ ଗୁରୁତର ଅବସ୍ଥାରେ ଅଧିକ ଚିକିତ୍ସାପାଇଁ ଭୁବେଶ୍ବର ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

















