ରଥଯାତ୍ରା ମହୋତ୍ସବର ଶେଷ ସୋପାନ
ପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିରରେ ପ୍ରବେଶ କରିବା ନିମନ୍ତେ ଦେବୀ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ଉଦ୍ୟେଶ୍ୟରେ ଅନୁରୋଧ କରନ୍ତି ଏବଂ ରସଗୋଲା,ଏକ ସୁନ୍ଦର ଶାଢ଼ୀ ଟିଏ ଭେଟି ଦିଅନ୍ତି ।
୧ ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ରଣପୁର ରଥ ଯାତ୍ରା ର ଅନ୍ତିମ ପର୍ବ ପାଳନ ହୋଇଛି । ଗତକାଲି ସଂଧ୍ୟାରେ ତିନି ଠାକୁରଙ୍କ ଲକ୍ଷ୍ନୀନାରାୟଣ ଭେଟ ହୋଇଥିବା ବେଳେ ଆଜି ଶ୍ରୀଜିଉ ମାନେ ନିଳାନ୍ଦ୍ରି ବିଜେ କରି ରତ୍ନସିଂହାସନ କୁ ବିଜେ କାରିଥିଲେ । ସକାଳେ ତିନି ଠାକୁରଙ୍କ ବଲଭ , ଅବକାଶ , କରାଯାଇଥିଲା । ପରେ ରଥରେ ଅଧରପଣା ନୀତିି ସମ୍ପନ ହୋଇଥିଲା ।
ଏହାପରେ ପହଣ୍ଡି ଆରମ୍ଭ ହେଇଥିଲା । ପ୍ରଥମେ ଘରବାହୁ ଓ ସୁଦର୍ଶନ , ମଦନମୋହନ ଙ୍କ ପହଣ୍ଡି ପରେ ତିନି ଠାକୁରଙ୍କୁ ନିଳାନ୍ଦ୍ରି ବିଜେ କରାଯାଇଥିଲା । ବାଣ ,ଘଂଟ ,ଘଂଟା ଓ ହରିବୋଲ ହୁଳହୁଳିରେ ଶ୍ରୀମନ୍ଦିର ପରିସର ପ୍ରକମ୍ପିତ ହେଇଥିଲା । ବଳଭଦ୍ର ଓ ସୁଭଦ୍ରା ଗୋଟି ପହଣ୍ଡି ରେ ଶ୍ରୀମନ୍ଦିର ଯାଇସାରିବା ପରେ ଜଗନ୍ନାଥଙ୍କ ପହଣ୍ଡି ହୋଇଥିଲା । ରଥରେ ଜଗନ୍ନାଥ ଥିବା ବେଳେ ଚାହାଣି ମଣ୍ଡପରେ ମହାଲକ୍ଷ୍ନୀଙ୍କ ସହ ଏକ ଆଳତୀ ହୋଇଥିଲା ।
ଜଗନ୍ନାଥ ଗମ୍ଭିରାକୁ ଗଲାବେଳେ ଭାଇ ଭଉଣୀଙ୍କୁ ନେଇ ମାଉସି ଘରକୁ ଯାଇଥିବା ବେଳେ ମହାଲକ୍ଷ୍ମୀ କୁ ସାଙ୍ଗେ ରେ ନେଇ ନଥିବା ରୁ ରାଗ ଓ ଅଭିମାନରେ ଥିବା ମହାଲକ୍ଷ୍ନୀ କବାଟ କିଳି ଦେଇଥିଲେ । ପରେ ଜଗନା୍ନଥ ଓ ମହାଲକ୍ଷ୍ନୀ ଙ୍କ ମଧ୍ୟରେ କଥା କଟାକଟି ପରେ ଜଗନା୍ନଥ ମହାଲକ୍ଷ୍ନୀଙ୍କୁ ଏକ ପାଟ ଉପହାର ଦେବାସହ ରସଗୋଲାଦେଇ ମାନଭଞନ କରିଥିଲେ ।
ତିନି ଠାକୁର ରତ୍ନ ସିଂହାସନରେ ବସିବାପରେ ମାଘ ସ୍ନାନ ହୋଇଥିଲା । ପରେ ବିଭିନ୍ନ ପ୍ରକାର ନୀତି କାନ୍ତି ଆରମ୍ଭ ହୋଇଥିଲା । ଆଜି ତହସିଲଦାର ଇପସିତ ସାହୁ ପହଣ୍ଡି ବେଳେ ଉପସ୍ଥିିତଥିଲା ବେଳେ ରଣପୁର ରାଜା ଦିଲ୍ଲିପ ଚନ୍ଦ୍ର ସିଂ ଦେଓ ଓ ତାଙ୍କ ପରିବାର ଲୋକ ମାନେ ଆସି ଶ୍ରୀ ଜିୟୁ ମାନଙ୍କୁ ଦର୍ଶନ କରିଥିଲେ ।
ପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିରରେ ପ୍ରବେଶ କରିବା ନିମନ୍ତେ ଦେବୀ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ଉଦ୍ୟେଶ୍ୟରେ ଅନୁରୋଧ କରନ୍ତି ଏବଂ ରସଗୋଲା ଏବଂ ଏକ ସୁନ୍ଦର ଶାଢ଼ୀ ଟିଏ ଭେଟି ଦିଅନ୍ତି । ଏଥିରେ ମାଁ ଲକ୍ଷ୍ମୀ ଶାନ୍ତ ହୋଇ ମହା ପ୍ରଭୁଙ୍କ କ୍ଷମା ପ୍ରାର୍ଥନାକୁ ଗ୍ରହଣ କରି ଶ୍ରୀ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ଦିଅନ୍ତି.
ଏହି ଶୁଭ ଦିନଟି ଜଗନ୍ନାଥ ସଂସ୍କୃତିରେ ନୀଳାଦ୍ରି ବିଜେ ଭାବରେ ପ୍ରସିଦ୍ଧ ।














