ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଂଶୀଧର ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସିଆରସିସି ଚନ୍ଦ୍ରଭାନୁ ଭୋଇ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଉତ୍କଳ କେଶରୀ ବିବବାର ସଂଯୋଜନା କରିଥିବା ବେଳେ ବିଦ୍ୟାଳୟ ତରଫରୁ ଦୁଇ ଶିକ୍ଷୟତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l
ଏହି ସଭାରେ ବିଦ୍ୟାଳୟର ଗାୟତ୍ରୀ ମଲ୍ଲିକ, ତନୁଶ୍ରୀ ସାହୁ, ବିଦ୍ୟୁତ ପ୍ରଭା ନାୟକ, ସୌଦାମିନୀ ସାହୁ , ଅଶୋକ ପଟ୍ଟନାୟକ, ବିଦ୍ୟୁତ କୁମାର ନାୟକ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି ଦୁଇ ଶିକ୍ଷୟତ୍ରୀ ବିଦ୍ୟାଳୟରେ ନିଜ କାର୍ଯ୍ୟକାଳ ସମୟରେ ସୁପରିଚାଳନା, ଶିକ୍ଷକ,ଶିକ୍ଷୟତ୍ରୀ,କର୍ମଚାରୀ, ଓ ଛାତ୍ରଛାତ୍ରୀ ଙ୍କ ସହ ସୁ ସମ୍ପର୍କ ରକ୍ଷା କରି ସମସ୍ତ ଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ ବୋଲି ମତ ପ୍ରକାଶ ପାଇଥିଲା l ବାସ୍ତବରେ ଏହି ବିଦାୟ କାଳୀନ ସଭା ଅତି ଦୁଃଖ ପୂର୍ଣ୍ଣ ଓ ହୃଦୟ ବିଦାରକ ଥିଲା l ଶେଷରେ ଅବସର ଓ ବଦଳି ହେଉଥିବା ଦୁଇ ଶିକ୍ଷୟତ୍ରୀଙ୍କ ଜୀବନର ଶୁଭକାମନା କରିବା ସହ ଅନେକ ଉପହାର ପ୍ରଦାନ କରି ସଭା ସାଙ୍ଗ କରିଥିଲେ l

© 2023 Odisha Taza News.