No Result
View All Result

୩୦ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- ଆଜି ସକାଳେ କଟକ ଯୋବ୍ରା ରୋଡ଼ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଜୟନ୍ତୀ ରାଉତ ନାମକ ଜଣେ ୫୨ ବର୍ଷିଆ ମହିଳା, ନିଜ ପାଚେରୀ ଉପରେ ଠିଆହୋଇ ଫୁଲ ତୋଳୁଥିବା ବେଳେ , ଅସାବଧାନତା ଯୋଗୁଁ ପାଚେରୀରୁ ପାଇଖାନା ଟାଙ୍କିକୁ ଖସିପଡି ମୃତ୍ୟୁ ବରଣ କରିଛନ୍ତି ।
ଏହି ଖବର ପାଇ ସ୍ଥାନୀୟ କର୍ପୋରେଟର ଏବଂ ଅଗ୍ନି ଶମ କର୍ମଚାରୀ ପହଞ୍ଚି , ପାଇଖାନା ମଇଳା ଟାଙ୍କିରୁ ମହିଳାଙ୍କୁ ବାହାର କରି ଉପରକୁ ଆଣିଥିଲେ । ପରେ ପରେ ଆମ୍ବୁଲାନ୍ସ ଯୋଗେ କଟକ ଏସିବିକୁ ପଠାଇଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିବାରୁ ଯୋବ୍ରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

No Result
View All Result