ବଣ ଯନ୍ତୁ ଶିକାର ପାଇଁ ୧୧ କେଭି ଲାଇନ୍ ରୁ ଜଙ୍ଗଲରେ ବଛାଯାଇଥିବା ତାରକୁ ଯବତ କଲା ବିଦ୍ୟୁତ ଓ ବନବିଭାଗ

୨୯ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କୋରାପୁଟ :- ବଣ ଯନ୍ତୁ ମାନଙ୍କୁ ଶିକାର କରିବା ପାଇଁ ଶିକାରୀ ମାନେ ଜଙ୍ଗଲରେ ବଛାଯାଉଛନ୍ତି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର । ଯାହାଫଳରେ ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ ବରାବର ଲାଗି ରହୁଛି । ଉକ୍ତ ବେନିୟମ କାର୍ଯ୍ୟ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ପାଣ୍ଡକାପଦର ଜଙ୍ଗଲରେ ଦେଖିବାକୁ ମିଳିଛି । ବିଦ୍ଯୁତ ବିଭାଗ କର୍ମଚାରୀ ମାନେ ଏଭଳି ଘଟଣାକୁ ଠାବ କରିଛନ୍ତି ।ଖବର ପାଇ ବନାଞ୍ଚଳ ଅଧିକାରୀ କୁମାର ଖରାଙ୍କ ସହିତ ବନ ବିଭାଗ କର୍ମଚାରୀ ମାନେ ପହଞ୍ଚି ଶିକାର ଉଦ୍ଦେଶ୍ୟରେ ବିଛା ଯାଇଥିବା ତାର ସବୁକୁ ଯବତ କରାଯାଇଛି । ଲକ୍ଷ୍ମୀପୁର ଠାରୁ ରାଫକଣା ପର୍ଯ୍ୟନ୍ତ ଯାଇଛି ଉଚ୍ଚ କ୍ଷମତା ସମ୍ପନ୍ନ ୧୧ କେଭି ଲାଇନ୍ । ଏହି ଅଞ୍ଚଳରେ ବନ୍ଯ ପ୍ରାଣୀ ମାନଙ୍କୁ ବିଦ୍ୟୁତ ତାର ବିଛା ଦୁର୍ବୁତ୍ତ ମାନେ ଶିକାର କରୁଛନ୍ତି । ବିଛା ଯାଉଥିବା ବିଦ୍ୟୁତ ତାର ରେ ବାରହା ସହିତ ଅନ୍ୟାନ୍ୟ ଜଙ୍ଗଲି ଯନ୍ତୁ ପଡିବା ପେର ମୃତ୍ଯୁବରଣ କରିବା ସହିତ ଯେଉଁଥିପାଇଁ ବିଦ୍ୟୁତ ସରବରାହ ବ୍ଯାହତ ହେଉଛି।

ଏଥିପାଇଁ ବିଦ୍ୟୁତ କର୍ମଚାରୀ ମାନେ ଉପଭୋକ୍ତାଙ୍କ ଆକ୍ରୋଶର ଶିକାର ହେଉଛନ୍ତି ବୋଲି । ତେବେ ବିଦ୍ଯୁତ ବିଭାଗ କର୍ମଚାରୀ ମାନେ ଲକ୍ଷ୍ମୀପୁର ଥାନା ଅଧୀନସ୍ଥ ମିନାପାଇ ପାଣ୍ଡକାପଦର ମଧ୍ୟରେ ୧୧ ଲାଇନ୍ ରୁ ବିଦ୍ଯୁତ ତାର ଆଣି ଜଙ୍ଗଲରେ ବଛାଯାଇଥିବା ଠାବ କରିବା ସହିତ ତାର ଗୁଡ଼ିକୁ ଜବତ କରାଯାଇଛି । ତେବେ କେଉଁ ମାନେ କରୁଛନ୍ତି ସେମାନଙ୍କୁ   ଧରାଯାଇ ପାରି ନାହିଁ । ଏହି ଭଳି ଘଟଣା ବାରମ୍ବାର ଘଟୁଥିବା ସହିତ ନିରୀହ ଜଙ୍ଗଲି ଯନ୍ତୁ ମାନେ ମୃତ୍ୟୁ ବରଣ କରୁଛନ୍ତି, ଯାହାଫଳରେ ବନ୍ଯପ୍ରାଣୀ ସଂଖ୍ୟା ହ୍ରାସ ପାଇବା ସହିତ ପ୍ରତିଦିନ ବିଶେଷ କରି ରାତିରେ ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ ଲାଗି ରହୁଛି । ତେବେ ଲକ୍ଷ୍ମୀପୁର ବନାଞ୍ଚଳ ଅଧିକାରୀ କୁମାର ଖରା ଙ୍କୁ ଏନେଇ ପଚାରିବାରୁ ଶିକାରୀ ମାନଙ୍କୁ ଧରିବା ପାଇଁ ତଦନ୍ତ ଚାଲିଇଛି ବୋଲି କହିଛନ୍ତି ।