୨୯ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନ :- ଢେ଼ଙ୍କାନାଳ ଜିଲ୍ଲା ଭୁବନ ର ତୃତୀୟା ଜୀଉ ଙ୍କ ବାହୁଡା଼ ଯାତ୍ରା ଆଜି ଅତ୍ୟନ୍ତ ଶ୍ରଦ୍ଧା ଭକ୍ତି ଓ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ସଂକୀର୍ତ୍ତନ ମଣ୍ଡଳୀ, ଘଣ୍ଟୁଆ ଓ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଙ୍କ ଗହଣରେ ସହସ୍ରାଧିକ ଭକ୍ତ ଯୋଗଦେଇ ରଥ ଟାଣିଥିଲେ । ସକାଳ ୭ ଘଟିକା ସମୟରେ ଦେଉଳ ଫିଟା,ଦ୍ଵାରପାଳ ପୂଜା ୧୨ ଘଟିକା ରେ ଆଡ଼ପ ମଣ୍ଡପ ମହାପ୍ରସାଦ ନୀତି ଭୋଗ, ୧ ଘଟିକା ରେ ରଥ ପ୍ରତିଷ୍ଠା ପରେ ୨ ଘଟିକା ରେ ସେବାୟତ ମନେ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ପହଣ୍ଡି କରି ରଥାରୂଢ଼ କରିଥିଲେ । ୩ ଘଟିକା ରେ ମହାପ୍ରଭୁ ଙ୍କ ଆଦ୍ୟ ସେବକ ରାମଚନ୍ଦ୍ର ରାଉତ ଛେରା ପହଁରା କରିଥିଲେ ଓ ଅପରାହ୍ନ ୪ ଘଟିକା ସମୟରେ ରଥ ଟଣ। ଆରମ୍ଭ ହୋଇଥିଲା ।
ସନ୍ଧ୍ୟା ୬.୩୦ ଘଟିକା ସୁଦ୍ଧା ନୂଆ ବଜାର ଜଗନ୍ନାଥ ମନ୍ଦିର ସମ୍ମୁଖ ରଥ ଖଳାରେ ତିନି ରଥ ପହଞ୍ଚିଥିଲା। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦେବୀ ସୁଭଦ୍ରା ଙ୍କ ରଥ କୁ ମହିଳା ମାନେ ଟାଣିଥିଲେ । ମନ୍ଦିର ପରିଚାଳନା କମିଟି ସଭାପତି ଙ୍କ ସମେତ ସମସ୍ତ କର୍ମକର୍ତ୍ତା,ସେବାୟତ,ମାତୃ ମଣ୍ଡଳୀ, ସଙ୍କୀର୍ତ୍ତନ ମଣ୍ଡଳୀ,ଆରକ୍ଷୀ ବାହିନୀ ଏହି ପବିତ୍ର ବାହୁଡା଼ ଯାତ୍ରା ରେ ସାମିଲ ହୋଇ କର୍ତ୍ତବ୍ୟ ସମ୍ପାଦନ କରିଥିଲେ । ସେବା ପ୍ରତିଷ୍ଠାନ ଦ୍ଵାରା ସହସ୍ରାଧିକ ଭକ୍ତ ଉପରେ ପାଣି ସ୍ପ୍ରେ କରାଯିବା ସହ ଥଣ୍ଡା ସରବତ ବଣ୍ଟନ ବ୍ୟବସ୍ଥା କରାଯାଇଥିଲା । ଆସନ୍ତା କାଲି ଅପରାହ୍ନ ରେ ଅନୁରୂପ ଭାବେ ଭୁବନ ବ୍ଲକ ଅନ୍ତର୍ଗତ ନିଳକଣ୍ଠପୁର ଗ୍ରାମରେ ଆନନ୍ଦ ଉଲ୍ଲାସ ମଧ୍ୟରେ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।