୨୮ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :- ମଦ ମାଫିଆ ମାନଙ୍କୁ ସାବାଡ କରିବା ପାଇଁ ଅଣ୍ଟା ଭିଡିଛି ଟାଙ୍ଗୀ ଅବକାରୀ ପୋଲିସ । ଦିନରେ ମାରାଥନ୍ ରେଡ୍ କରି ୩ ଜଣ ମଦ ବୋପାରୀ ଗିରଫ କରିଛି । ଳଳଳନଧଝେ ବଡପାରୀରେ ଚଢାଉ କରି ହିତେଶ ବିଶ୍ୱାଳକୁ ଗିରଫ କରିଥିବା ବେଳେ ତା ନିକଟରୁ ୧୫ ଲିଟର ଦେଶୀ ମଦ ଜବତ କରିଛି ।
ସେହିଭଳି ଛଣଗୀରି ଗ୍ରାମରେ ଚଢାଉ କରି ରାଉଳ ପ୍ରଧାନକୁ ଗିରଫ କରି ତା ନିକଟରୁ ୫ ଲିଟର ଆସ୍କା ୪୦ ଜବତ କରିଛି..ସେହିଭଳି ସାନ ଗୋବିନ୍ଦ ପୁର ଗ୍ରାମରେ ଚଢାଉ କରି ରୀତାଂଜଳୀ ଜେନାକୁ ଗିରଫ କରି ୫ ଲିଟର ଆସ୍କା ୪୦ ମଦ ଜବତ କରିବାରେ ସକ୍ଷମ ହୋଇଛି ଅବକାରୀ ପୋଲିସ୍ଗି ।
ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ଅବକାରୀ ପୋଲି ଅବକାରୀ ଇନସପେକ୍ଟର ଆଲୋକ କୁମାର ପ୍ରଧାନଙ୍କ ଏଭଳି ମାରାଥନ ରେଡ୍ ଫଳରେ ମଦ ମାଫିଆ ମାନଙ୍କ ମଧ୍ୟ୍ୟରେ ପଶିଛି ଛନକ ।















