ନାରାୟଣପାଟଣା ଖଣି ଅଞ୍ଚଳର ପରୀକ୍ଷା ସ୍ଥାନରେ ପୋଡା ଜଳା ଘଟଣାରେ ତିନ ଜଣଙ୍କୁ କୋର୍ଟଚାଲାଣ, ଘଟଣା କୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା

୨୭ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କୋରାପୁଟ :- କୋରାପୁଟ ଜିଲ୍ଲା ନାରାୟଣପାଟଣା ଅନ୍ତର୍ଗତ ତଳ ଗୁମାଣ୍ଡି ପଞ୍ଚାୟତର ଭିତରପଡା ନିକସ୍ଥ   ଖଣି ଅଞ୍ଚଳରେ ପରୀକ୍ଷା ସ୍ଥାନରେ  ପୋଡାଜଳା ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇ ସୋମବାର ଅଦାଲତ ଚାଲାଣ କରାଯାଇଛି । କୋରାପୁଟ ଜିଲା ନାରାୟଣପାଟଣା ଥାନା ଅନ୍ତର୍ଗତ ଖଣିଅଞ୍ଚଳରେ ଗତ ମାସ ୨୭ ତାରିଖରେ ତ୍ରିବେଣୀ ନାମକ ଏକ ଠିକା ସଂସ୍ଥା ପକ୍ଷରୁ କାର୍ଯ୍ଯରେ ବ୍ଯବହୃତ  ଏକ ପ୍ରୋକଲିନ୍ ମେସିନ, ଏକ ଜେସିବି ସହିତ ବିଭିନ୍ନ ସରଞ୍ଜାମ  ପୋଡି ଦିଆଯାଇଥିବା ନେଇ ସଂସ୍ଥାର ଡ୍ରିଲଂ ଅପରେଟର ବିକାଶଗିରି ନାରାୟଣପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ ନାରାୟଣପାଟଣା ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିଲା। ଏହାର ତଦନ୍ତ ଭାର ନେଇଥିଲେ ଲକ୍ଷ୍ମୀପୁର ଏସଡିପିଓ ଅଶ୍ବିନୀ କୁମାର ନାୟକ। ଉକ୍ତ ଘଟଣାରେ ତଳଗୁମାଣ୍ଡି  ଗ୍ରାମର ଆମ୍ରି ତାଡିଙ୍ଗି  ୩୦ ଓ ବିଜୁ ହିମିରିକା ୨୯ ଏବଂ ଭିତର ପଡା ଗାଁ ର ସାଣ୍ଡା ହିଡ୍ରିକା (୩୩) ସହିତ ୧୧ ଜଣଙ୍କୁ ଲକ୍ଷ୍ମୀପୁର ଥାନା କୁ ଆଣି ଶୁକ୍ରବାର ପଚରାଉଚରା କରାଯାଇ ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଛାଡ଼ି ଦିଆଯାଇଥିଲା। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ତଳଗୁମାଣ୍ଡି  ଗ୍ରାମର ଆମ୍ରି ତାଡିଙ୍ଗି  ୩୦ ଓ ବିଜୁ ହିମିରିକା ୨୯ ଏବଂ ଭିତର ପଡା ଗାଁ ର ସାଣ୍ଡା ହିଡ୍ରିକା (୩୩) ଙ୍କୁ ସୋମବାର ଅଦାଲତ ଚାଲାଣ କରାଯାଇଛି । ଲକ୍ଷ୍ମୀପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଏମାନଙ୍କ  ଡାକ୍ତରୀ ମାଇନା କରାଯାଇଥିଲା।

ଏମାନଙ୍କୁ ଅଦାଲତ ଚାଲାଣ ବେଳେ ତଳ ଗୁମାଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମର ଶତାଧିକ ଆଦିବାସୀ ମାନେ ଥାନା ସମ୍ମୁଖରେ ପିଲାଛୁଆଙ୍କୁ ନେଇ ରୁଣ୍ଡ ହୋଇଥିଲେ। ଏପରିକି ବିନା ଦୋଷରେ ସେମାନଙ୍କୁ ଗିରଫ କରାଯାଇଥିବା ନେଇ ପଞ୍ଚାୟତର ନାଏବ ସରପଞ୍ଚ ଇନା ତାଡିଙ୍ଗି ଙ୍କ ସହିତ କିଛି ରାଜନୈତିକ ନେତା ଅଭିଯୋଗ କରିଛନ୍ତି। ନାଏବ ସରପଞ୍ଚ ଶ୍ରୀ ତାଡିଙ୍ଗି ଙ୍କ ଅଭିଯୋଗ ଅନୁଯାୟୀ କମ୍ପାନୀ ପ୍ରଶାସନ କୁ ହାତ କରି ନିରୀହ ଲୋକମାନଙ୍କୁ ଗିରଫ କରୁଛି। ଯଦି ଏଭଳି ହୁଏ ଆଗାମୀ ଦିନରେ କୌଣସି ଲୋକ ଅଞ୍ଚଳରେ ପଶିପାରିବେ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି। ସେହିପରି ସରପଞ୍ଚଙ୍କ ସ୍ବାମୀ ଏଥିପାଇଁ ଦାୟୀ ବୋଲ ସେ ମଧ୍ୟ କହନ୍ତି।ସରପଞ୍ଚଙ୍କ ସ୍ବାମୀ ସବୁ କାମ ବୁଝାସୁଝା କରୁଥିଲେ, ସେ ସୁରକ୍ଷା କର୍ମୀ ନିୟୋଜିତ କଲେନାହିଁ କାହିଁକି ବୋଲି ପ୍ରଶ୍ନ କରିଥିଲେ। ସେହିପରି କଂଗ୍ରେସ ନେତା ପବିତ୍ର ସାଉନ୍ତା ଓ ଶ୍ଯାମସୁନ୍ଦର ତାଡିଙ୍ଗି ଏଭଳି ଏଭଳି ଗିରଫ ଦାରିକୁ ନେଇ ବିରୋଧ କରିବା ସହିତ ପୁଲିସ ଦୋଷୀକୁ ଧରୁ, ନିର୍ଦ୍ଦୋଷୀ ମାନଙ୍କୁ କଣ ପାଇଁ ଗିରଫ କରାଯାଇଛି ବୋଲି କହିଛନ୍ତି ।  ସୂଚନା ଯୋଗ୍ୟ ନାରାୟଣପାଟଣା ଥାନା ଅନ୍ତର୍ଗତ କର୍ଣ୍ଣା କୋଣ୍ଡା ପାହାଡରେ ଗଛିତ ଥିବା ଖଣିର ମାନ ପରୀକ୍ଷଣ କରିବା ନିମନ୍ତେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା, କିନ୍ତୁ ଦୁର୍ବୁତ୍ତ ମାନେ ଉକ୍ତ କାର୍ଯ୍ୟରେ ନିୟୋଜିତ ଥିବା ଜେସିବି ,ପ୍ରୋକଲିନ୍  ମେସିନ୍ ପୋଡିଦେବା ସହ ଅନ୍ୟ ଗାଡି ଗୁଡିକୁ  ଭାଙ୍ଗିରୁଜି ଦେଇଥିଲେ।ଯାହାକୁ ନେଇ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲୁ ରହିଥିଲା।

ତେବେ ଉକ୍ତ ଗିରଫ ଦାରି ପରେ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଥିବା ଶୁଣିବାକୁ ମିଳୁଛି, ଏପରିକି ଶାନ୍ତ ଥିବା ଏହି ଅଞ୍ଚଳରେ ଏହି ଘଟଣା କୁ ନେଇ ଆଗାମୀ ଦିନରେ ଶାନ୍ତ ବାତାବରଣ ସୃଷ୍ଟି ହେବାର ଆଶଙ୍କା ଉପୁଜିଛି। ତେବେ ଗିରଫ ସମସ୍ତଙ୍କୁ ସର୍ତ୍ତ ମୂଳକ ଜାମିନ ହୋଇଥିବା ଜଣାପଡିଛି । କୋରାପୁଟ ଜିଲ୍ଲା ନାରାୟଣପାଟଣା ଅନ୍ତର୍ଗତ ତଳ ଗୁମାଣ୍ଡି ପଞ୍ଚାୟତର ଭିତରପଡା ନିକସ୍ଥ   ଖଣି ଅଞ୍ଚଳରେ ପରୀକ୍ଷା ସ୍ଥାନରେ  ପୋଡାଜଳା ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇ ସୋମବାର ଅଦାଲତ ଚାଲାଣ କରାଯାଇଛି ।

କୋରାପୁଟ ଜିଲା ନାରାୟଣପାଟଣା ଥାନା ଅନ୍ତର୍ଗତ ଖଣିଅଞ୍ଚଳରେ ଗତ ମାସ ୨୭ ତାରିଖରେ ତ୍ରିବେଣୀ ନାମକ ଏକ ଠିକା ସଂସ୍ଥା ପକ୍ଷରୁ କାର୍ଯ୍ଯରେ ବ୍ଯବହୃତ  ଏକ ପ୍ରୋକଲିନ୍ ମେସିନ, ଏକ ଜେସିବି ସହିତ ବିଭିନ୍ନ ସରଞ୍ଜାମ  ପୋଡି ଦିଆଯାଇଥିବା ନେଇ ସଂସ୍ଥାର ଡ୍ରିଲଂ ଅପରେଟର ବିକାଶଗିରି ନାରାୟଣପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ନାରାୟଣପାଟଣା ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିଲା । ଏହାର ତଦନ୍ତ ଭାର ନେଇଥିଲେ ଲକ୍ଷ୍ମୀପୁର ଏସଡିପିଓ ଅଶ୍ବିନୀ କୁମାର ନାୟକ।

ଉକ୍ତ ଘଟଣାରେ ତଳଗୁମାଣ୍ଡି  ଗ୍ରାମର ଆମ୍ରି ତାଡିଙ୍ଗି  ୩୦ ଓ ବିଜୁ ହିମିରିକା ୨୯ ଏବଂ ଭିତର ପଡା ଗାଁ ର ସାଣ୍ଡା ହିଡ୍ରିକା (୩୩) ସହିତ ୧୧ ଜଣଙ୍କୁ ଲକ୍ଷ୍ମୀପୁର ଥାନା କୁ ଆଣି ଶୁକ୍ରବାର ପଚରାଉଚରା କରାଯାଇ ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଛାଡ଼ି ଦିଆଯାଇଥିଲା। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ତଳଗୁମାଣ୍ଡି  ଗ୍ରାମର ଆମ୍ରି ତାଡିଙ୍ଗି  ୩୦ ଓ ବିଜୁ ହିମିରିକା ୨୯ ଏବଂ ଭିତର ପଡା ଗାଁ ର ସାଣ୍ଡା ହିଡ୍ରିକା (୩୩) ଙ୍କୁ ସୋମବାର ଅଦାଲତ ଚାଲାଣ କରାଯାଇଛି । ଲକ୍ଷ୍ମୀପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଏମାନଙ୍କ  ଡାକ୍ତରୀ ମାଇନା କରାଯାଇଥିଲା।

ଏମାନଙ୍କୁ ଅଦାଲତ ଚାଲାଣ ବେଳେ ତଳ ଗୁମାଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମର ଶତାଧିକ ଆଦିବାସୀ ମାନେ ଥାନା ସମ୍ମୁଖରେ ପିଲାଛୁଆଙ୍କୁ ନେଇ ରୁଣ୍ଡ ହୋଇଥିଲେ। ଏପରିକି ବିନା ଦୋଷରେ ସେମାନଙ୍କୁ ଗିରଫ କରାଯାଇଥିବା ନେଇ ପଞ୍ଚାୟତର ନାଏବ ସରପଞ୍ଚ ଇନା ତାଡିଙ୍ଗି ଙ୍କ ସହିତ କିଛି ରାଜନୈତିକ ନେତା ଅଭିଯୋଗ କରିଛନ୍ତି । ନାଏବ ସରପଞ୍ଚ ଶ୍ରୀ ତାଡିଙ୍ଗି ଙ୍କ ଅଭିଯୋଗ ଅନୁଯାୟୀ କମ୍ପାନୀ ପ୍ରଶାସନ କୁ ହାତ କରି ନିରୀହ ଲୋକମାନଙ୍କୁ ଗିରଫ କରୁଛି। ଯଦି ଏଭଳି ହୁଏ ଆଗାମୀ ଦିନରେ କୌଣସି ଲୋକ ଅଞ୍ଚଳରେ ପଶିପାରିବେ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି।

ସେହିପରି ସରପଞ୍ଚଙ୍କ ସ୍ବାମୀ ଏଥିପାଇଁ ଦାୟୀ ବୋଲ ସେ ମଧ୍ୟ କହନ୍ତି । ସରପଞ୍ଚଙ୍କ ସ୍ବାମୀ ସବୁ କାମ ବୁଝାସୁଝା କରୁଥିଲେ, ସେ ସୁରକ୍ଷା କର୍ମୀ ନିୟୋଜିତ କଲେନାହିଁ କାହିଁକି ବୋଲି ପ୍ରଶ୍ନ କରିଥିଲେ । ସେହିପରି କଂଗ୍ରେସ ନେତା ପବିତ୍ର ସାଉନ୍ତା ଓ ଶ୍ଯାମସୁନ୍ଦର ତାଡିଙ୍ଗି ଏଭଳି ଏଭଳି ଗିରଫ ଦାରିକୁ ନେଇ ବିରୋଧ କରିବା ସହିତ ପୁଲିସ ଦୋଷୀକୁ ଧରୁ, ନିର୍ଦ୍ଦୋଷୀ ମାନଙ୍କୁ କଣ ପାଇଁ ଗିରଫ କରାଯାଇଛି ବୋଲି କହିଛନ୍ତି। 

ସୂଚନା ଯୋଗ୍ୟ ନାରାୟଣପାଟଣା ଥାନା ଅନ୍ତର୍ଗତ କର୍ଣ୍ଣା କୋଣ୍ଡା ପାହାଡରେ ଗଛିତ ଥିବା ଖଣିର ମାନ ପରୀକ୍ଷଣ କରିବା ନିମନ୍ତେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା, କିନ୍ତୁ ଦୁର୍ବୁତ୍ତ ମାନେ ଉକ୍ତ କାର୍ଯ୍ୟରେ ନିୟୋଜିତ ଥିବା ଜେସିବି ,ପ୍ରୋକଲିନ୍  ମେସିନ୍ ପୋଡିଦେବା ସହ ଅନ୍ୟ ଗାଡି ଗୁଡିକୁ  ଭାଙ୍ଗିରୁଜି ଦେଇଥିଲେ।ଯାହାକୁ ନେଇ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲୁ ରହିଥିଲା। ତେବେ ଉକ୍ତ ଗିରଫ ଦାରି ପରେ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଥିବା ଶୁଣିବାକୁ ମିଳୁଛି, ଏପରିକି ଶାନ୍ତ ଥିବା ଏହି ଅଞ୍ଚଳରେ ଏହି ଘଟଣା କୁ ନେଇ ଆଗାମୀ ଦିନରେ ଶାନ୍ତ ବାତାବରଣ ସୃଷ୍ଟି ହେବାର ଆଶଙ୍କା ଉପୁଜିଛି। ତେବେ ଗିରଫ ସମସ୍ତଙ୍କୁ ସର୍ତ୍ତ ମୂଳକ ଜାମିନ ହୋଇଥିବା ଜଣାପଡିଛି।