୨୭ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ :- ଜୋରାଇ ବ୍ଲକ ଅନ୍ତର୍ଗତ ଶଙ୍ଖଚିଲା ସ୍ମିତ ହିଙ୍ଗୁଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଚଳିତ ବର୍ଷ +୨ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ସଫଳ ଛାତ୍ରଛାତ୍ରୀଙ୍କ ନିମନ୍ତେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ପର୍ଶୁରାମ ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥିଭାବେ ଜୋରାଇ ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ଦଳାଇ ଯୋଗଦେଇଥିଲେ । ସାଂସ୍କୃତିକ ବିଭାଗର ସଂଯୋଜକ ଅଧ୍ୟାପକ ଗୋବିନ୍ଦ ଚନ୍ଦ୍ର ବେହେରା ସଭା ସଂଚଳାନା କରିଥିଲା ବେଳେ ମୁଖ୍ୟବକ୍ତା ଭାବେ ଇନ୍ଦିରା ଗାନ୍ଧୀ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ମଳୟ କୁମାର ମଲ୍ଲିକ ଯୋଗ ନିଷ୍ଠାର ସହ ଶିକ୍ଷାଅଧ୍ୟୟନ କରି କୃତକାର୍ଯ୍ୟ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।ସମ୍ମାନିତ ଅତିଥିଭାବେ ଖମଣ ପଂଚାୟତର ସରପଂଚ ଜୟନ୍ତୀ ରାଉତ, ପରିଚଳନା ପରିଷଦର ପୂର୍ବତନ ସଂପାଦକ ତଥା ହିଙ୍ଗୁଳା କମିଟିର ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ସାହୁ, ପୂର୍ବତନ ସଂପାଦକ ଶିବପ୍ରସାଦ ବେହେରା, ସଭ୍ୟ ଦିଲ୍ଲୀପ କୁମାର ସାହୁ, ମୁଖ୍ୟକିରାଣୀ ବସନ୍ତ କୁମାର ସାହୁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଜୀବନଚର୍ଯ୍ୟl ଗଠନ ଉପରେ ଆଲୋକପାତ କରିଥିଲେ । ଅଧ୍ୟାପକ କପିଳେନ୍ଦ୍ର ମାଝୀ ଅତିଥି ପରିଚୟ ପ୍ରାଦାନ କରିଥିଲା ବେଳେ କ୍ରୀଡାଶିକ୍ଷକ ପୀତାମ୍ବର ବେହେରା ସ୍ୱାଗତ ଭାଷଣ ଦେଇଥିଲେ ।ଅଧ୍ୟାପିକା ଡକ୍ଟର ସ୍ଵପ୍ନମାନସୀ ପୃଷ୍ଟି ଓ ଅଧ୍ୟାପିକା ସୁମିତ୍ରା ସ୍ୱାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ କଲେଜର ଟପର ଅଭିସ୍ମିତା ସାହୁଙ୍କ ସମେତ ଆଦର୍ଶକୁମାର ସାହୁ, ରଶ୍ମିତା ଦଳେଇ, ଅଭିଜ୍ୟୋତି ମଲିକ, ସୋନଲୀ ସାହୁ, ପୂର୍ଣ୍ଣିମା ସାହୁ, ପଦ୍ମିନୀ ମଲିକ, ରଶ୍ମିତା ନାୟକ, ପାୟେଲ ପ୍ରିୟଦର୍ଶିନୀ ସାହୁ, ଅନିର୍ବାଣ ସାହୁ ପ୍ରମୁଖ ପ୍ରଥମ ଶ୍ରେଣୀ ସଫଳତା ପାଇଥିବା ୧୨ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଫଳକ ଦେଇ ଅତିଥିଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଆଥେଲେଟିକ ମିଟ୍ ସମେତ ସଂଗୀତ, ବକ୍ତୃତା, ନୃତ୍ୟ, ସାଧାରଣ ଜ୍ଞାନ, ତର୍ଜ ଆଦି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ବେଳେ ୟୁଥ୍ ରେଡକ୍ରସ ସ୍ବେଛାସେବୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଅତିଥିଙ୍କ ଦ୍ବାରା ପ୍ରମାଣ ପତ୍ର ଓ ମେତଲ ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ସଂଗୀତ ବିଶ୍ବବିଦ୍ୟାଳୟର ଛାତ୍ରୀ ସ୍ନିତପ୍ରଜ୍ଞା ବେହେରା ମା’ଙ୍କ ବନ୍ଦନା ଓ ସ୍ବାଗତ ସଙ୍ଗୀତ ଗାନକରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଅଧ୍ୟାପକ ଉପେନ୍ଦ୍ର ନାଥ ସାହୁ, ପବିତ୍ର କୁମାର ସାହୁ, ନୀଳମଣି ମଲିକ, ଅଶୋକ କୁମାର ନାୟକ,ନିର୍ମଳରଞ୍ଜନ ସାହୁ, ଜୟନ୍ତକୁମାର ମଲ୍ଲିକ, ଅଭୟ କୁମାର ବେହୁରା, ନାରାୟଣ ବାରିକଙ୍କ ପ୍ରମୁଖ ଅଧ୍ୟାପକ/ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀ ମଧୁସ୍ତିତା ସାହୁ, ସୌମ୍ୟରଞ୍ଜନ ଦାସ, ପଙ୍ଗିକ ବେହେରା, ଦୀପ୍ତିରଞ୍ଜନ ନାୟକ, ଆଳାଶ ସେଠୀ, ମାମଲୀ ଲେଙ୍କା, ବର୍ଷାରଣୀ ସାହୁ, ମୋନାଲିସା ମହାପାତ୍ର ପ୍ରମୁଖ ସମସ୍ତ ଛାତ୍ର/ଛାତ୍ରୀ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପକ ଗୋବିନ୍ଦଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।