No Result
View All Result
୨୭ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :- ମୋହନା ଠାରେ ଥିବା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟିହୀନ,ବଧିର ,ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷାଘାତ ବିଦ୍ୟାଳୟ ରେ ହେଲେନ କେଲେର ଙ୍କ ଜନ୍ମ ଦିବସ ପାଳନ ହୋଇଛି । ଏଠାରେ ଅନୁଷ୍ଠାନର ସମ୍ପାଦକ ଦଣ୍ଡ।ସି ସାହୁ ସଭାପତିତ୍ଵ କରିଥିଲେ ।ମୁଖ୍ୟ ଅତିଥି ଭାବେ ମଧୁସୂଦନ ପାଢୀ , ମୁଖ୍ୟବକ୍ତା ଭାବେ ପ୍ରଶାନ୍ତ ବୀର , ଦାମୋଦର ଦାସ (ଅଧ୍ୟକ୍ଷ) ଓ ନିରୋଜ । କୁମାରୀ ବେହେରା (ଭାଇସ ପ୍ରିନ୍ସସିପାଲ) ସଭା ପରିଚାଳନା ରେ ସହଯୋଗ କରିଥିଲେ ।
ମୁଖ୍ୟ ବକ୍ତା ଶ୍ରୀ ବୀର ସାର ହେଲେନ କେଲେର ଙ୍କ ଜନ୍ମ ବୃତ।ନ୍ତ ଉପରେ ଆଲୋକପାତ କରିଥିଲେ ଏବଂ ମୁଖ୍ୟ ଅତିଥି ଶ୍ରୀ ପାଢୀ ସାର ହେଲେନ କେଲେର ଙ୍କ ଜନ୍ମ ବୃତାନ୍ତ ସହ ଅନ୍ୟାନ୍ୟ ଭିନ୍ନକ୍ଷମ ପିଲାମାନେ କିପରି ସମାଜ ର ମୁଖ୍ୟ ଶ୍ରୋତ ରେ ସାମିଲ ହୋଇପାରିବେ ସେ ବିଷୟ ଉପରେ ଆଲୋକପାତ କରିଥିଲେ । ଏହାର ସମସ୍ତ ଦାୟିତ୍ଵ ଅଶୋକ କୁମାର ଜେନା (ଶହକାରୀ ଶିକ୍ଷକ) ନିର୍ଭାହ କରିଥିଲେ ,ଓ ଏଥିରେ ଅନୁଷ୍ଠାନ ର ସମସ୍ତ ପରିଚାଳନା କମିଟି, କର୍ମଚାରୀ ,ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।
ଶେଷ ରେ ମହେଶ୍ଵର ସାହୁ (ଟିଜିଟି) ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ପରେ ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ସାହୁ ସଭା ସାଙ୍ଗ କରିଥିଲେ । ଆଜି ୧୨.୩୦ ସମୟ ରେ ମୋହନା ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ,ବଧିର ,ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷାଘାତ ବିଦ୍ୟଳୟ କୁ ଗଜପତି ଜିଲ୍ଲା ର ମୁଖ୍ୟ ବିଚାରପତି ଶ୍ରୀ ଆର ଏନ ବେହେରା ପରିଦର୍ଶନ ରେ ଆସିଥିଲେ ,ତାଙ୍କ ସହିତ ଅଧିନସ୍ଥ କର୍ମଚାରୀ ଆସିଥିଲେ । କାର୍ଯ୍ୟ।ଳୟ, ଶ୍ରେଣୀଗୃହ,ଛତ୍ରାବାସ,ରୋଷେଇ ଗୃହ,ଶୌଚଳୟ,ସଭ।ସ୍ଥଳ କୁ ଦେଖିଥିଲେ । ଶେଷରେ ପରିବେଶ ଦେଖି ଖୁସି ହେବା ସହିତ ଛାତ୍ରଛାତ୍ରୀ ଏବଂ କର୍ମଚାରୀ ଙ୍କ ସହ ଫୋଟ ଉତ୍ଥଳନ କରିଥିଲେ ।
No Result
View All Result