୨୭ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ ସଦର ବିଧାୟକ ତଥା ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, ମଙ୍ଗବାର ଦିନ ଆର ଡି ବିଭାଗ ପକ୍ଷରୁ ତେଲଙ୍ଗାପେଣ୍ଠ ବଜାର ଠାରେ ୩ କୋଟି ୮୦ ଲକ୍ଷ୍ୟ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଫୁଲନଖରା ଡିଷ୍ଟିବ୍ୟୁଟାରୀ କେନାଲ ବନ୍ଧ ରାସ୍ତାର ଶୁଭ ଦେବା ସହିତ, ୩୦ ଲକ୍ଷ୍ୟ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବ୍ରିଜର ଫିତା କାଟି ଉଦଘାଟନ କରିଥିଲେ । ଆର ଡି ବିଭାଗ ପକ୍ଷରୁ ଫୁଲନଖରା ଡିଷ୍ଟିବ୍ୟୁଟାରୀ କେନାଲ ବନ୍ଧର, ପ୍ରତାପନଗରୀ ଠାରୁ ନଖରା ପୋଲ ପର୍ଯ୍ୟନ୍ତ ଦୀର୍ଘ ୫ କିଲୋ ମିଟର ରାସ୍ତାର ପିଚୁ କାର୍ଯ୍ୟ ପାଇଁ ଅର୍ଥ ମଞ୍ଜୁର କରାଯାଇଛି ।
ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ଆସନ୍ତା ସେପ୍ଟେମ୍ବର ମାସ ଶଷ ସୁଦ୍ଧା ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହେବ । ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଶେଷ ହେଲେ ନୂଆଗଡ଼, କୁମ୍ଭରାଜପୁର, ଅଢ଼ଙ୍ଗଡିହ, ରାମନଗର, ନୂଆପାଟଣା, ବମ୍ଫକୁଦ, ମୁଗଭଙ୍ଗା, ଖୁନୁକା, ବାଗଧରାପୁର, ଶାସୋଳ, ଆମଣ, ଜନ୍ମେଜୟପୁର, ନୂଆ କାଚରାମାଳ, ନଖରା ଆଦି ଗ୍ରାମର ଜନସାଧାରଣ ଉପକୃତ ହେବ । 
ଏହି ରାସ୍ତା ପାଇଁ ଦୀର୍ଘ ବର୍ଷ ଧରି ସ୍ଥାନୀୟ ଅଞ୍ଚଳ ବାସୀଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା । ଜନସାଧାରଣଙ୍କ ସମସ୍ୟାକୁ ଦୃଷ୍ଟି ଦେଇ କଟକ ସଦର ବିଧାୟକ ମୁଖ୍ୟ ମନ୍ତ୍ରୀଙ୍କ ପାଖରେ ଦାବୀ ଉପସ୍ଥାପନା କରିଥିଲେ । ମୁଖ୍ୟମନ୍ତ୍ରୀ ଏହି ରାସ୍ତା ନିର୍ମାଣ ପାଇଁ ସିକୃତି ଦେବା ସହ ବିଭାଗୀୟ କତ୍ତୃପକ୍ଷଙ୍କୁ ଅର୍ଥ ମଞ୍ଜୁର ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାହାଫଳରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ , ସେଥିପାଇଁ ବିଧାୟକ ଶ୍ରୀ ବେହେରା କଟକ ସଦର ବିସୀ ଏବଂ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ, ରାସ୍ତା ନିର୍ମାଣ କାର୍ଯ୍ୟରେ ସମସ୍ତଙ୍କର ସହଯୋଗ ଲୋଡିଥିଲେ ।
ଏହା ସହିତ ବାଲିକୁଦା ମୁକାମେଶ୍ୱର ଠାରୁ କଟକ ପୁରୀ ଘାଟକୁ କାଠଯୋଡ଼ି ନଦୀରେ ଏକ ବ୍ରିଜ ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟ ମନ୍ତ୍ରୀ ସିକୃତି ପ୍ରଦାନ କରିଛନ୍ତି । ଏହି ବ୍ରିଜ ନିର୍ମାଣ ହେଲେ ଫୁଲନଖରା ଠାରୁ ମୁକାମେଶ୍ୱର ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳର ଜନସାଧାରଣ ଏହି ବାଟଦେଇ କମ ସମୟ ମଧ୍ୟରେ ହାଇକୋର୍ଟ ଏବଂ କଟକ ସହରରେ ପହଞ୍ଚି ପାରିବେ ବୋଲି କହିଥିଲେ । ଆୟୋଜିତ ଉତ୍ସବରେ କଟକ ଜିଲ୍ଲା ୪ ନମ୍ବର ଯୋନର ଜିଲ୍ଲା ପରିଷଦ ସଭ୍ୟା ଆଶାଲତା ବେହେରା, କଟକ ସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ମହାପାତ୍ର, ପୂର୍ବତନ କର୍ପୋରେଟର ରାଜକୁମାରୀ ସ୍ୱାଇଁ, ୫୯ ୱ।ର୍ଡ଼ ବିଜେଡି ସଭାପତି ଞାନରଞନ ସାହୁ, 
ପୂର୍ବତନ କର୍ପୋରେଟର କୌଶିକ ଜେନା, ଆମଣ ପଞ୍ଚାୟତର ସଭାପତି ବିପ୍ର ଚରଣ ଭୋଳ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଜୀବନ ସାମନ୍ତରାୟ, କଟକ ନଗର ବିଜେଡି ସଂପାଦକ ସୁଶାନ୍ତ କୁମାର ମହାନ୍ତି, ପୂର୍ବତନ ସରପଞ୍ଚ ପିତବାସ ମହାପାତ୍ର, ୫୮ନମ୍ବର ୱ।ର୍ଡ଼ ବିଜେଡି ସଭାପତି ବିକ୍ରମ ଶତପଥୀ, ଅଜିତ କୁମାର ରାଉତ, ପ୍ରମୁଖ ବିଜେଡି ବହୁ କର୍ମକର୍ତ୍ତା ଏବଂ କର୍ମୀ ମାନେ ଯୋଗ ଦେଇଥିଲେ ।














