ସେଠାରେ କୋଲାମ ଜିଲ୍ଲା କଟରାକେରା ସେ ତାଙ୍କ ଭଉଣୀ ଓ ଭିଣୋଇଙ୍କ ସହିତ ରହୁଥିଲେ । ଗତ ଶୁକ୍ରବାର ରାତିରେ ହଠାତ କୌଣସି କାରଣରୁ ଅଭୟଙ୍କ ଭଉଣୀ ଓ ଭିଣୋଇଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଅଭୟ ଏଥିରେ ହସ୍ତକ୍ଷେପ କରିଥିଲେ । ପରେ ରାଗିଯାଇ ଘର ଛାଡ଼ି କୋଏମ୍ବାଟୁର ଯିବା ପାଇଁ ଘରୁ ବାହାରିଥିଲେ । ହେଲେ ତାଙ୍କ ଭିଣୋଇ ମନୋଜ କୁମାର ନାୟକ ପ୍ରତଶୋଧ ପରାୟଣ ହୋଇଯାଇଥିଲେ ।
ସେ ଅଭୟଙ୍କୁ ପିଛା କରି କଟରାକେରା ଥାନା ଚାନ୍ଦମୁଖୀ ନିକଟରେ ପଥରରେ ଛେଚି ମାରି ଦେଇଥିବା ଅଭିଯୋଗ ହୋଇଛି । ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ମନୋଜ କୁମାର ନାୟକଙ୍କୁ ଗିରଫ କରିଛି । ଅନ୍ୟପଟେ ମୃତଦେହ ଗାଁକୁ ଫେରାଇ ଆଣିବାରେ ସାହାଯ୍ୟ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ଅଭୟଙ୍କ ପରିବାର ଲୋକେ ।

© 2023 Odisha Taza News.