୨୫ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନ :- ଭୁବନ ଏନ୍ ଏ ସି ଅନ୍ତର୍ଗତ ୧୨ ନମ୍ବର ୱାର୍ଡ ବାସିନ୍ଦା ଚକ୍ରଧର ସାହୁ ଙ୍କ ର ଗତ ଗୁରୁବାର ଭୋର ୪ ଘଟିକା ସମୟରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା । ସେ ଗତ କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗ ରେ ପୀଡ଼ିତ ଥିଲେ । ଅନ୍ତିମ ଶଯ୍ୟା ନିକଟରେ ତାଙ୍କର ଦୁଇ ଝିଅ ଲତା, ଗୀତା,ଜ୍ବାଇଁ ସୁରେଶ,ନାତି ବୈଦ୍ୟନାଥ, ବିଶ୍ୱଜିତ,ବିସ୍ମୟ,ପ୍ରିନ୍ସ,ନାତୁଣୀ ଲିପା,ଶ୍ରୀୟା ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ ।
ଚକ୍ରଧର ଙ୍କ ବିୟୋଗ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଘରେ ପହଞ୍ଚି ଅନ୍ତିମ ଦର୍ଶନ କରିବା ସହିତ ଶବାଧାରରେ ସାମିଲ ସୋଇଥିଲେ । ଚକ୍ରଧର ଅପୁତ୍ରିକ ଥିବାରୁ ନାତି ବୈଦ୍ୟନାଥ ମୁଖଗ୍ନି ଦେଇଥିଲେ । ସ୍ବର୍ଗତ ଚକ୍ରଧର ଏକାଧାରରେ ଜଣେ ଧର୍ମ ପରାୟଣ, ପରୋପକାରୀ, ସ୍ନେହୀ, ଦୟାଳୁ ବ୍ୟକ୍ତି ହୋଇଥିବାରୁ ତାଙ୍କ ବିୟୋଗ ରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି ।