No Result
View All Result
୨୪ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :- ବିବାହିତା ମହିଳାଙ୍କୁ ଦୁର୍ଷ୍କମ ସହ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଭାଇରାଲ ଅଭିଯୋଗରେ ହିଞ୍ଜିଳି ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣଙ୍କ ହେଲେ ହିଞ୍ଜିଳି ଥାନା ରଙ୍ଗଣିପଲ୍ଲୀ ଗ୍ରାମର ଗଣେଶ ସେଠି (୨୫) । ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର ୪୪୪/୨୩ ରେ ଏକ ମାମଲା ରୁଜୁ କରି ଶନିବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୂତ୍ରରୁ ପ୍ରକାଶ ।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ହିଞ୍ଜିଳି ଥାନା ଅଞ୍ଚଳର ଜୈନେକ ବିବାହିତା ଯୁବତୀଙ୍କ ସହ ଗଣେଶ ସେଠିଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । କିଛି ଦିନ ପରେ ଯୁବକ ଜଣଙ୍କ ଯୁବତୀଙ୍କୁ ଜୋର ଜବରଦସ୍ତ ଦୁର୍ଷ୍କମ କରିବା ସହ ଏହାର ଭିଡିଓ କରିଥିଲେ । ଗତ ୧ ବର୍ଷ ପୂର୍ବେ ଯୁବତୀଙ୍କ ବିବାହ ହୋଇଥିଲା । କିଛି ଦିନ ପୂର୍ବେ ମହିଳା ଜଣଙ୍କ ବାପାଘର ଗ୍ରାମକୁ ଆସିଥିବା ବେଳେ ଗଣେଶ ମହିଳାଙ୍କ ସହିତ ଶାରୀରିକ ସଂପର୍କ ସ୍ଥାପନ କରିବାକୁ ବାଧ୍ୟ କରିଥିଲେ ।
ଏଥିରେ ମହିଳା ଜଣଙ୍କ ରାଜି ନହେବାରୁ ଯୁବକ ଜଣଙ୍କ ଉତକ୍ଷିପ୍ତ ହୋଇ ଦୁହିଁଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ମହିଳାଙ୍କ ସ୍ବାମୀଙ୍କ ମୋବାଇଲକୁ ପଠାଇବା ସହିତ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲେ । ମହିଳାଙ୍କ ସ୍ବାମୀ ଘଟଣା ସମ୍ପର୍କରେ ଜାଣିବା ପରେ ସ୍ତ୍ରୀଙ୍କୁ ଗ୍ରହଣ କରିନଥିଲେ । ଘଟଣା ନେଇ ମହିଳା ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ ।


No Result
View All Result