No Result
View All Result
ବହୁ ସଂଖ୍ୟାରେ ଯୁବକ ଓ ମହିଳା ସାମିଲ
୨୩ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :- ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଉଦ୍ୟମ କ୍ରମେ ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବିକାଶ ଓ ଉନ୍ନତୀ ମୂଳକ କାର୍ଯ୍ୟ ଆକାଶ ଛୁଆଁ ହୋଇଛି । ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ୟ ନିର୍ବାଚନ ମଣ୍ଡଳୀ ପାଇଁ ଆଦର୍ଶରେ ପରିଣତ ହୋଇଛି । ବିଧାୟକ ଡ. ସାହୁଙ୍କ ଶାନ୍ତି ଓ ଉନ୍ନତୀକୁ ବେଶ ଗୁରୁତ୍ୱ ଦେଇ ଆସିଛନ୍ତି । ନୟାଗଡ଼ ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ବଡ଼ପଣ୍ଡୁସର ପଞ୍ଚାୟତ ହରେକୃଷ୍ଣପୁର (ଗୋଡ଼ିପାଟଣା) ଗ୍ରାମକୁ ଆଜି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଗସ୍ତ କରିଛନ୍ତି ।
ଗ୍ରାମରେ ଚାଲିଥିବା ବିଶ୍ୱଶାନ୍ତି ଯଜ୍ଞରେ ବିଧାୟକ ଯୋଗ ଦେଇଛନ୍ତି । ଗ୍ରାମବାସୀ ବିଧାୟକଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ଗାଁ ମୁଣ୍ଡରୁ ଏକ ଶୋଭାଯାତ୍ରାରେ ବିଧାୟକଙ୍କୁ ସାମିଲ ସ୍ୱାଗତ କରିଥିବା ବେଳେ ଗ୍ରାମର ଯୁବକଙ୍କଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଶୋଭାଯାତ୍ରାରେ ସାମିଲ ରହିଥିଲେ । ଗ୍ରାମର ମହିଳାମାନେ ବିଧାୟକଙ୍କୁ ସ୍ୱାଗତ କରିବା ସହ ଗ୍ରାମର ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କ ବିକାଶ ଓ ସ୍ୱାବଲମ୍ବୀ କରିବା ପାଇଁ ଯୋଜନା ପ୍ରଣୟନ କରୁଥିବାରୁ ସେମାନେ କୃତଜ୍ଞତା ଜଣାଇଛନ୍ତି । ଗାଁର ପ୍ରତିଟି ପରିବାର ବିଧାୟକଙ୍କ ସହ ରହିଥିବା ମହିଳାମାନେ ଜୋର ଦେଇ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟ ଆଶିଷ ଅଗ୍ରୱାଲ, ସ୍ଥାନୀୟ ସରପଞ୍ଚ ବନୀତା ନାୟକ, ପୂର୍ବତନ ସରପଞ୍ଚପ୍ରମୂଖ ସାମିଲ ହୋଇଥିବା ବେଳେ ଗ୍ରାମ ସଭାପତି ବିରେନ୍ଦ୍ର ମଲ୍ଲ, ରସାନନ୍ଦ ମଲ୍ଲ, ଯୋଗେନ୍ଦ୍ର ମଲ୍ଲ, ସୁଶା ମଲ୍ଲ, କାଳିଆ ମହାନ୍ତି, ସୁଶାନ୍ତ କୁମାର ମଲ୍ଲଙ୍କ ସହିତ ବହୁ ବିଜେଡି କର୍ମୀ ଓ ଭୋଟର ଉପସ୍ଥିତ ରହିଥିଲେ । ଗ୍ରାମବାସୀ ସଦାସର୍ବଦା ବିଜୁ ଜନତା ଦଳ ସହ ରହିଥିବା ଏବଂ ଆଗାମୀ ଦିନରେ ଦଳରେ ରହି ଗାଁର ବିକାଶରେ ଭାଗିଦାରୀ ହେବାକୁ ଲକ୍ଷ ରଖିଥିବା କହିଛନ୍ତି ।
No Result
View All Result