୨୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :- ହିଞ୍ଜିଳି ଥାନା ବୁଗୁଡାପଲ୍ଲୀ ଗ୍ରାମରେ ଅଧିକ ଯୌତୁକ ଦାବି କରି ସ୍ତ୍ରୀଙ୍କୂ ମାଡ ମାରିବା ସହ ହତ୍ୟା ଧମକ ଦେଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନା କେସ ନଂ- ୪୩୩/୨୩ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ସୂତ୍ରରୁ ପ୍ରକାଶ । ଅଭିଯୋଗ ପ୍ରକାରେ, ହିଞ୍ଜିଳି ଥାନା ବୁଗୁଡାପଲ୍ଲୀ ଗ୍ରାମର ବାବାରାଓ ଚୌଧୁରୀଙ୍କ ସହ ବି. ସୁଜତା ଚୌଧୁରୀଙ୍କ ବିବାହ ହୋଇଥିଲା ।
ବାହାଘରର କିଛି ବର୍ଷ ପରେ ଅଧିକ ଯୌତୁକ ଦାବି କରି ବାବାରାଓ, ସ୍ତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଗତ କିଛି ଦିନ ଧରି ଅଧିକ ଯୌତୁକ ଦାବି କରି ମାଡ ମାରୁଥିବା ଅଭିଯୋଗ ହୋଇଛି । ଘଟଣା ନେଇ ସୁଜତାଙ୍କ ପୁଅ ଏହାକୁ ବିରୋଧ କରିବାରୁ ବାବାରାଓ ଉଭୟ ମା ଓ ପୁଅଙ୍କୁ ମାଡ ମାରିଥିଲେ । ଘଟଣା ନେଇ ସୁଜତା ବୁଧବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି ।














