No Result
View All Result
୨୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :- ହିଞ୍ଜିଳି ଥାନା ଅଞ୍ଚଳର ଜଣେ ୧୪ ବର୍ଷ ବୟସର ନାବାଳିକାଙ୍କୁ ସେହି ଗ୍ରାମର ଜଣେ ଯୁବକ ଅପହରଣ କରି ନେଇଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୪୩୯/୨୩ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ସୂତ୍ରରୁ ପ୍ରକାଶ ।
ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ନାବାଳିକା ଜଣଙ୍କ ଘରୁ କେଉଁ ଆଡେ ଚାଲି ଯାଇଥିଲେ । ପରିବାର ସଦସ୍ୟ ବହୁ ସ୍ଥାନରେ ଖୋଜାଖୋଜି କଲେ ମଧ୍ୟ ନାବାଳିକାଙ୍କ ସନ୍ଧାନ ମିଳିନଥିଲା । ପରେ ସେହି ଗ୍ରାମର ସୁଶିଳ ବେହେରା ନାମକ ଜଣେ ଯୁବକ ନାବାଳିକାଙ୍କୁ ଅପହରଣ କରି ନେଇ ଯାଇଥିବା ଜାଣିବାକୁ ପାଇଥିଲେ । ଘଟଣା ନେଇ ନାବାଳିକାଙ୍କ ବାପା ବୁଧବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ ।


No Result
View All Result