ଓଡିଶା ତାଜା ନ୍ୟୁଜ୍ (୨୪ ଜୁନ୍ ବୁଧବାର) ଭୁବନେଶ୍ୱର :- ଆଜି କୃଷି ଭବନ ଠାରେ କିଛି ଦାବି ନେଇ କୃଷି ଓ କୃଷକ ସଶକ୍ତିକରଣ , ମତ୍ସ୍ୟ ସମ୍ପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଙ୍କୁ ଭେଟିଥିଲେ ଓଡିଶା ମତ୍ସ୍ୟ ଉତ୍ପାଦନକାରୀ ମହାସଂଘର ଏକ ପ୍ରତିନିଧିମଣ୍ଡଳ । ସେମାନଙ୍କର ସମସ୍ତ ଦାବିକୁ ବିଚାର କରି ସମାଧାନ କରିବେ ବୋଲି ମନ୍ତ୍ରୀ ପ୍ରତୁଶୃତି ଦେଇଛନ୍ତି ।
ବିଭିନ୍ନ ଦାବି ନେଇ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ମନ୍ତ୍ରୀଙ୍କ ପ୍ରତୁଶୃତି ଶୁଣି ଆନ୍ଦୋଳନକୁ ବନ୍ଦ କରିବା ସହ ମତ୍ସ୍ୟ ଉତ୍ପାଦନ କାର୍ଯ୍ୟକ୍ରମ ପୁନଃ ଜାରୀ ରଖିବେ । ଆଜିର ଏହି ବୈଠକରେ ବିଭାଗୀୟ ସଚିବ ଆର . ରଘୁପ୍ରସାଦ, କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା ଏବଂ ଚାନ୍ଦବାଲି ବିଧାୟକ ବ୍ୟମୋକେଶ ରାୟ ଉପସ୍ଥିତ ଥିଲେ ବୋଲି ଜଣାପଡିଛି ।