ଓଡିଶା ତାଜା ନ୍ୟୁଜ୍ (୨୪ ଜୁନ୍ ବୁଧବାର) ଭୁବନେଶ୍ୱର :- ଦେଶରେ ଥିବା କୋପରେଟିଭ ବା ସମବାୟ ବ୍ୟାଙ୍କ ଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ଅଧିନକୁ ଆଣିବାକୁ ସରକାର ଏକ ଅଧ୍ୟାଦେଶ ଆଣିବେ । ଏ ସଂପର୍କିତ ପ୍ରସ୍ତାବକୁ ବୁଧବାରଦିନ କେନ୍ଦ୍ର କ୍ୟାବିନେଟ ମଂଜୁରୀ ଦେଇଛି ।
କ୍ୟାବିନେଟ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡ଼େକର କହିଛନ୍ତି ଯେ ଦେଶରେ କାର୍ଯ୍ୟକରୁଥିବା ୧୪୮୨ଟି ଅର୍ବାନ କୋପରେଟିଭ ବ୍ୟାଙ୍କ ଓ ୫୮ଟି ମଲଟି-ଷ୍ଟେଟ କୋପରେଟିଭ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ଅଧିନକୁ ଅଣାଯିବ । ଏଥିଲାଗି ସରକାର ଖୁବଶୀଘ୍ର ଏକ ଅଧ୍ୟାଦେଶ ଜାରି କରିବେ । ରାଷ୍ଟ୍ରପତି ଏଥିରେ ସ୍ୱାକ୍ଷର କରିବାପରେ ଏହା ଲାଗୁ ହେବ ବୋଲି ସେ କହିଛନ୍ତି ।