୨୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁର ରଥଯାତ୍ରାର ପ୍ରଥମ ଦିନରେ ବଳଭଦ୍ର ଙ୍କ ତାଳଧ୍ୱଜ ଓ ସୁଭଦ୍ରା ଙ୍କ ଦର୍ପଦଳନ ଗୁଣ୍ଡିଚା ମନ୍ଦିର ନିକଟରେ ପହଚିଂଥିବା ବେଳେ ଗତ କାଲି ଜଗନ୍ନାଥ ଙ୍କ ନନ୍ଦିଘୋଷ ଗୁଣ୍ଡିଚା ମନ୍ଦିର ନିକଟରେ ପହଚିଂଥିଲା ।
ଗତକାଲି ସୁଭଦ୍ରାଙ୍କ ରଥ ମହିଳା ମାନେ ଟାଣି ଗୁଣ୍ଡିଚା ମନ୍ଦିର ନିକଟରେ ପହଚାଂଇଥିଲେ । ରଥ ଯାତ୍ରା ରେ କେନ୍ଦ୍ର ମନ୍ତ୍ରୀ ରସନା ଜଗ୍ଦିଶ ଜଗନ୍ନାଥ କୁ ଦର୍ଶନ କରିବା ସହ ରଥ ଟାଣିବା ଦେଖାଦେଇଥିଲା । ତାଙ୍କ ସହ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସଂବିତ ପାତ୍ର ଓ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ରଥ ଟାଣିଥିଲେ ।
ଅପରାହ୍ନ ୪ ଟାରେ ଜଗନ୍ନାଥ ଙ୍କ ରଥ ଟଣାଯାଇଥିଲା । କିନ୍ତୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବହୁ ଧିର ମନ୍ତର ଗତିରେ ଚାଲିଥିଲା । ଯାହାଫଳରେ ସନ୍ଧ୍ୟା ୬.୪୫ ସମୟରେ ଗୁଣ୍ଡିଚା ମନ୍ଦିର ନିକଟରେ ପହଚିଂଥିଲା । ୩ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଚିଂବା ପରେ ତିନି ଠାକୁରଙ୍କୁ ଆଡପମଣ୍ଡପକୁ ବିଜେ କରାଯାଇଥିଲା ।
ଆଜି ଠାରୁ ଭକ୍ତ ମାନେ ଶ୍ରୀ ଜୀଉ ଙ୍କୁ ଆଡପ ମଣ୍ଡପରେ ଦର୍ଶନ କରିବା ସହ ଆଡପ ଅଭଡା ପାଇ ପାରିବେ ବୋଲି ପ୍ରଶାସନ ଠାରୁ ଜଣାଯାଇଛି । ତେବେ ରଥଟଣାରେ ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ ,ପୂର୍ବତନ ବିଧାୟକ ରବିନାରାୟଣ ମହାପତ୍ର ,
ତହସିଲଦାର ଇପ୍ସିତ ସାହୁ ,ଏନଏସି ଅଧକ୍ଷା ରଙ୍ଗିନ ମହାନ୍ତି, ସିଦ୍ଧାର୍ଥ ପଣ୍ଡା, ପୋଲିସ ପକ୍ଷରୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ଆଇଆଇସି ନିହାର ରଞ୍ଜନ ମହାନ୍ତି , ସୁନାଖଳା ଆଇ ଆଇସି ପ୍ରୀତି ପ୍ରକାଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।