No Result
View All Result
୧୮ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ :- ବ୍ୟାସନଗର ପ୍ରେସ ଫୋରମର ପ୍ରତିଷ୍ଠାତା ସଦସ୍ୟ ତଥା ଉପଦେଷ୍ଟା ଅଶୋକ ସାମନ୍ତ ସିଂହାରଙ୍କ ଗତକାଲି ଅକାଳ ବିୟୋଗ ହୋଇଥିଲା । ତେଣୁ ଫୋରମ ପକ୍ଷରୁ ଆଜି ସଭାପତି ଅଭୟ ପତିଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ସଂପାଦକ ମଳୟ କୁମାର ମଲ୍ଲିକ ସୂଚନା ପ୍ରଦାନ କରିଥିଲା ବେଳେ ଉପସଭାପତି ଦୟାନିଧ୍ଵ ନାୟକ, କାର୍ଯ୍ୟାକରୀ ସଭାପତି ନିତ୍ୟାନନ୍ଦ ମହାଳିକ, କୋଷାଧ୍ୟକ୍ଷ ଅଜୟ କୁମାର ସାହୁ, ନନ୍ଦିଘୋଷର ଟିଭିର ଭୁବନେଶ୍ବର ପ୍ରତିନିଧୂ ଚିନ୍ମୟ ମହାପାତ୍ର, ଆଶୁତୋଷ ମିଶ୍ର, ବାଇଧର ମାଝୀ, ମାନସ କୁମାର ଆଏଚ,
ଦୀପକ ଦାଶ, ଜିତେନ୍ଦ୍ର କୁମାର ରାଉତ, ଚିତରଞ୍ଜନ ବୋଇତାଇ, ଅସିତାନନ୍ଦ ବିଶ୍ଵାଳ ପ୍ରମୁଖ ଯୋଗଦେଇ ଆଶୋକ ବାବୁ ଜଣେ କେବଳ ସାମ୍ବାଦିକ ନଥିଲେ ସେ ଏକ ଧାରାରେ ରାଜନେତା, ସମାଜସେବୀ ଓ ଧର୍ମପରାୟଣ ବ୍ୟକ୍ତି ଭାବରେ ସମଗ୍ର ବ୍ୟାସନଗର ଅଂଚଳରେ ବେଶ ଜଣାଶୁଣା ଥିଲେ । ତାଙ୍କ ବିୟୋଗ ବାସ୍ତବରେ ବ୍ୟାସନଗର ପ୍ରେସ ଫୋମର ତଥା ସହର ପାଇଁ ଅପୁରଣୀୟ କ୍ଷତି ବୋଲି ମତବ୍ୟକ୍ତ କରିଥିଲେ ।
ସଭା ପ୍ରାରମ୍ଭରେ ଅଶୋକ ବାବୁଙ୍କ ତୈଳଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ସ୍ବର୍ଗତ ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏଥ୍ ସହିତ ଶୋକସନ୍ତପ୍ତ ପରିବାରଙ୍କୁ ଜଗତରନାଥ ଜଗନ୍ନାଥ ଓ ମା’ ବିରଜା ଅଶେଷ ଧର୍ଯ୍ୟପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା କୁଞ୍ଜବିହାରି ମହାନ୍ତି, ରୁଦ୍ରପ୍ରତାପ ପାଢୀ, ପ୍ରମୋଦକୁମାର ପାତ୍ର, ଆଶୁତୋଷ ମହାନ୍ତି, ପ୍ରହଲ୍ଲାଦ ଦେଓ, ସୁଶାନ୍ତ କୁମାର ଭୂୟାଁ, ପ୍ରକାଶ କୁମାର ସାହୁ, ସଞ୍ଜୟ ସରକାର, କେଶବ ମଲିକ ପ୍ରମୁଖ ଫୋମର ସମସ୍ତ କର୍ମକର୍ତା ଓ ସଦସ୍ୟ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
No Result
View All Result