୫-ଟି ସଚିବ ଙ୍କୁ ବାଲିଗୁଡା ଅଞ୍ଚଳର ପ୍ରତ୍ୟେକ ପଞ୍ଚାୟତ ର ବିଭିନ୍ନ ସମସ୍ୟା ଗୁଡ଼ିକ ଜଣାଇବା ନିମନ୍ତେ କୋଟଗଡ଼, ତୁମୁଡ଼ିବନ୍ଧ, କ.ନୂଆଗାଁ ଓ ବାଲିଗୁଡ଼ା ଏହିପରି 4 ଗୋଟି ବ୍ଲକର ମିଶନ ଶକ୍ତି ମହିଳା ମାନଙ୍କ ସହିତ ପୁରୁଷ ମାନେ ମଧ୍ୟ ଉପସ୍ଥିତ ରହି ନିଜ ନିଜ ଗ୍ରାମର ସମସ୍ୟା ଜଣାଇଛନ୍ତି l ପରେ ସେ ବାଲିଗୁଡ଼ା ମିନି ଷ୍ଟାଡିୟମକୁ ଯାଇ ମିଶନ ଶକ୍ତିର ଏସ୍ଏଚଜି ଗ୍ରୁପ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ସମ୍ପର୍କରେ ଆଲୋଚନା କରିଥିଲେ ।
ବାଲିଗୁଡ଼ା ଉପଖଣ୍ଡ ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ଲିଖିତ ଅଭିଯୋଗ ଗ୍ରହଣ କରିବା ସହିତ ଅଞ୍ଚଳରେ ସମସ୍ୟା ଗୁଡିକ ନିଶ୍ଚିତ ଆଲୋଚନା ଭୁକ୍ତ ପୂର୍ବକ ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ୫-ଟି ସଚିବଙ୍କ ସମେତ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ, କ୍ରୀଡା ସଚିବ ଭିନେଲ କ୍ରିଷ୍ଣା, କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ, କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ, ପ୍ରକଳ୍ପ ନିର୍ଦେଶକ ରାଜେନ୍ଦ୍ର ରଂଜିତ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର, ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଙ୍କ ସମେତ ସମସ୍ତ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

© 2023 Odisha Taza News.