୧୭ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଣପୁର :- ଖୋର୍ଦ୍ଧା ଜିଲ୍ଲା ର ବାଣପୁର ଶାଳିଆ ଡ୍ୟାମ ନିକଟସ୍ଥ ଶ୍ରୀ ଶ୍ରୀ ମା ଡୋମଣୀ ଠାକୁରାଣୀ ଙ୍କ ପୀଠରେ ବିଶ୍ଵଶାନ୍ତି ଚଣ୍ଡୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି,ରଜ ପର୍ବ ରେ ତିନିଦିନ ଧରି ମା’ଙ୍କ ବୈଦିକ ପରମ୍ପରା ଅନୁଯାୟୀ ପୂଜାବିଧି ରେ ଯଜ୍ଞ ଆରମ୍ଭ ହୋଇଯାଇଛି,ଏଥିରେ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ର , ଆଚାର୍ଯ୍ୟ ପଣ୍ଡିତ ବିରୂପାକ୍ଷ ଦାଶ , ପ୍ରଚାରକ ନିରଂଜନ ମହାପାତ୍ର ବ୍ରହ୍ମା ଭାବରେ ଯୋଗ ଦେଇଥିଲା ବେଳେ ଗୋଦାବରୀ ଦାସ , ବଳରାମ ଦାସ , ସୁରେଶ କୁମାର ଆଚାର୍ଯ୍ୟ , ସନ୍ତୋଷ କୁମାର ବ୍ରହ୍ମା ପ୍ରମୁଖ ବୈଦିକ ବ୍ରାହ୍ମଣ ମାନେ ଯୋଗ ଦେଇଥିଲେ !
ପାହାଡ ପର୍ବତ ଘେରା ଶାଳିଆ ଡ୍ୟାମର ଜଳରାଶିର ଅପୁର୍ବ ପ୍ରାକୃତିକ ପରିବେଶ କୁ ଆଗନ୍ତୁକ ମାନେ ଉପଭୋଗ କରିଥିଲେ । ଏହି ଯଜ୍ଞ ଦର୍ଶନ ସହ ମା’ ଡୋମଣି ଦେବୀ ଙ୍କ ଆଶୀର୍ବାଦ ପାଇବା ପାଇଁ ବହୁ ଭକ୍ତଙ୍କ ର ସମାଗମ ହୋଇଥିଲେ ! ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ତଥା ବାଣପୁର ବ୍ଲକ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ, ତୁମୁରାପୁଟ ସରପଞ୍ଚ ଅକ୍ଷୟ କୁମାର ସେଠୀ ଏବଂ ପୁରୀ, ଖୋର୍ଦ୍ଧା ଗଞ୍ଜାମ ଜିଲ୍ଲା ର ହଜାର ହଜାର ଦର୍ଶକ ରଜରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ଶ୍ରୀ ମା ଡୋମଣୀ ଠାକୁରାଣୀ ଙ୍କ ଦର୍ଶନ କରି ଆଶ୍ରିର୍ବାଦ ଲାଭ କରିଥିଲେ । ଶାଳିଆ ଜଳ ସେଚନ ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ.