ସମ୍ମାନିତ ଅତିଥି ଭାବେ ଅଭ୍ୟର୍ଥନା କମିଟି ମୁଖ୍ୟ ଯମୁନା କୋଟ ସରପଞ୍ଚ ରଞ୍ଜନ କୁମାର ବାରିକ ,ମଠକରଗୋଳା ସରପଞ୍ଚ ଅଜୟ କୁମାର ନାୟକ,ଅରଖପାଳ ସରପଞ୍ଚ କୃଷ୍ଣ ଚନ୍ଦ୍ର ବରାଳ,ଭୁବନ କୃଷକ ବିକାଶ ପରିଷଦ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ପୃଷ୍ଟି,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଓ ବିକାଶ ସମିତି ସାଧାରଣ ସମ୍ପାଦକ ରମାକାନ୍ତ ସାହୁ ଯୋଗଦେଇଥିଲେ । ବାପୁଜୀ ଖେଳ ପଡିଆ ରେ ଅନୁଷ୍ଠିତ ଏହି କବାଡି ପ୍ରତିଯୋଗିତା ରେ ବ୍ଲକ ର ୬ ଟି ପଞ୍ଚାୟତ ଯଥା ଜିରାଳ ,ଅରଖପାଳ, ମଠକରଗୋଳା,ଯମୁନାକୋଟ, ମାର୍ଥାପୁର ଓ ଗଡନୃସିଂହ ପ୍ରସାଦ ର କବାଡି ଦଳ ଅଂଶ ଗ୍ରହଣ କରିଥିଲେ ।
ଲକ୍ଷ୍ମଣ ରାଉତ ଓ ସର୍ବାନନ୍ଦ ବେହେରା ଖେଳ ପରିଚାଳନା କରିଥିଲେ । ରଜ ତିନି ଦିନ ଧରି ଚାଲିଥିବା ପ୍ରତିଯୋଗିତା ର ଆଜି ଥିଲା ଅନ୍ତିମ ଦିବସ । ଏହି ପ୍ରତିଯୋଗିତା ରେ ଚଳିତ ବର୍ଷ ଜିରାଳ ଟିମ୍ ଚାମ୍ପିଅନ ହୋଇଥିବା ବେଳେ ଅରଖପାଳ ଟିମ୍ ରନର୍ସଅପ୍ ହୋଇଥିଲା ।ଉଦଯାପନୀ ଉତ୍ସବରେ ପୁର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ପୁରସ୍କାପ୍ରାପ୍ତ ବନ୍ଧୁକ ଚାଳକ ଦିଗନ୍ତ ଜ୍ୟୋତି ପଟ୍ଟନାୟକ,ରେଡିଓ ବସୁଧା ର ନିର୍ଦେଶକ ସାମ୍ବାଦିକ ଶିଶିର ଶତପଥି, ଗନ୍ଦିଆ ଥିଙ୍କର୍ସ ଫୋରମ୍ ଅଧ୍ୟକ୍ଷ ସୁବ୍ରତ କୁମାର ସାହୁ,ସାହିତ୍ୟିକ ରାଘବ ଚନ୍ଦ୍ର ମହାରଣା ପ୍ରମୁଖ ଯୋଗଦେଇ ବିଜେତା ଜିରାଳ ଦଳକୁ ଟ୍ରଫି ସହିତ ୧୩ ହଜାର ଟଙ୍କା ଓ ରନର୍ଶଅପ୍ ଅରଖପାଳ ଦଳ କୁ ୭ହଜାର ଟଙ୍କା ନଗଦ ରାଶି ପ୍ରଦାନ କରିଥିଲେ ।

© 2023 Odisha Taza News.