No Result
View All Result

୧୬ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ପାରିବାରିକ କଳହର କରୁଣ ଚିତ୍ର । ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ବାମୀ ବାଲିମା ଗମାଙ୍ଗ ଗୁରୁତ୍ବର ହୋଇଛିନ୍ତି । ଘଚଣା ଘଟିଛି ମୋହନା ଥାନା ସିରିଶିପଦା ଗ୍ରାମରେ । ଗୁରୁତ୍ବର ଅବସ୍ଥାରେ ଉଦ୍ଧାର କରାଯାଇ ମୋହନା ମେଡିକାଲରେ ଭତ୍ତି କରାଯାଇଥିଲା । ମିଳିଥିବା ସୁଚନା ପ୍ରକାରେ ଗୁରୁବାର କୌଣସି କାରଣରୁ ସ୍ବାମୀ ବାଲିମା ସହ ସ୍ତ୍ରୀ ଲକ୍ଷ୍ମୀଙ୍କ ମଧ୍ୟରେ ଝଗଡା ହୋଇଥିଲା ।
ଏହି ଝଗଡା ପରବତ୍ତୀ ସମୟରେ ଉଗ୍ର ରୂପ ନେଇଥିଲା । ସ୍ବାମୀ ଠେଙ୍ଗାରେ ସ୍ତ୍ରୀକୁ ଆକ୍ରମଣ କରିଥିଲେ । ଏଥିରେ ଉତକ୍ଷିପ ହୋଇ ସ୍ତ୍ରୀ ଟାଙ୍ଗିଆ ଧରି ସ୍ବାମୀଙ୍କ ପିଠିକୁ ଚୋଟ ପକାଇଥିଲେ । ମୋହନା ମେଡିକାଲରେ ତାଙ୍କର ଚିକିତ୍ସା ଜାରି ରହିଥିବା ଡାକ୍ତର ଆଶୁତୋଷ ଦାସ କହିଛନ୍ତି । ମୋହନା ପୁଲିସ ତଦନ୍ତ କରୁଥିବା ଥାନା ଅଧିକାରୀ କହିଛନ୍ତି ।


No Result
View All Result