୧୫ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :- କେନ୍ଦ୍ର ସରକାର ଙ୍କ ପକ୍ଷରୁ କନ୍ଧମାଳ ଜିଲ୍ଲା ପାଇଁ ୧୦୯୪ଟି ମୋବାଇଲ ଟାୱାର ନିର୍ମାଣ ପାଇଁ ମଞ୍ଜୁରୀ ପ୍ରଦାନ କରିଥିବା ବେଳେ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବା ପାଇଁ କେନ୍ଦ୍ର ରେଳ ଓ ଟେଲି ଯୋଗାଯୋଗ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଟବ ଙ୍କୁ ଦିଲ୍ଲୀ ରେ ସାକ୍ଷାତ କରି ଅନୁରୋଧ କରିଛନ୍ତି ବାଲିଗୁଡ଼ା ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ । କନ୍ଧମାଳ ଜିଲ୍ଲାରେ ଅଧିକାଂଶ ଅଞ୍ଚଳ ଦୁର୍ଗମ ଓ ପାହାଡିଆ ଅଞ୍ଚଳ । ୧୦୮ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ୧୦୨ ,୧୧୨ ଯୋଗଯୋଗ ସହ ଛାତ୍ର ଛାତ୍ରୀ ମାନେ ଇଣ୍ଟରନେଟ ବ୍ୟବହାର କରି ପାଠ ପଢିବାରେ ଅସୁବିଧା ହେଉଛି, ଏଣୁ ନେଟୱାର୍କ ଅତି ଜରୁରୀ ହୋଇ ଗଲାଣି ।
ଜିଲ୍ଲା ରେ କେବଳ ବିଏସଏନଏଲ ଏବଂ ଜିଓ ଦୁଇଟି ନେଟୱାର୍କ ବ୍ୟବସ୍ଥା ଥିବା ସେହି ଦୁଇଟି ନେଟୱାର୍କ ର ଟାୱାର ନିର୍ମାଣ ହେଲେ ଜିଲ୍ଲାରେ ଥିବା ୮ଲକ୍ଷ ରୁ ଉର୍ଦ୍ଧ ଲୋକ ଉପକୃତ ହୋଇ ପାରିବେ ବୋଲି ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ କେନ୍ଦ୍ରମନ୍ତ୍ରୀ ଙ୍କୁ ଅବଗତ କରାଇଥିଲେ । ମନ୍ତ୍ରୀ ଶ୍ରୀ ବୈଷ୍ଟବ ମଧ୍ୟ ତୁରନ୍ତ କାର୍ଯ୍ୟ ଆରମ୍ଭ କରି ସାରିବା ପାଇଁ ଆଶ୍ଵାସନା ଦେଇଥିବା ବେଳେ ଉକ୍ତ କମ୍ପାନୀ କୁ ମଧ୍ୟ ନିର୍ଦ୍ଧେଶ ଦେଇଛନ୍ତି । କେନ୍ଦ୍ର ନେତୃତ୍ୱାଧିନ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳି ର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ଗାଁ ଗାଁ ରେ ଚାଲିଥିବା ଜନସଚେତନତା ଅଭିଯାନ ବେଳେ ଜନତା ନେଟୱାର୍କ ସଂପର୍କରେ ପଛରେ ଥିବା ବିଷୟ ମଧ୍ୟ ଶ୍ରୀମାଝୀ କେନ୍ଦ୍ରମନ୍ତ୍ରୀ ଙ୍କୁ କହିଥିଲେ l