ଓଡିଶା ତାଜା ନ୍ୟୁଜ୍ /ରିପୋର୍ଟ – ସୋନାଲି ମହାରଣା (୨୩ ଜୁନ୍ ମଙ୍ଗଳବାର) ପୁରୀ :- ପୁରୀ ଗୁଣ୍ଡିଚା ମନ୍ଦିରର ସିଂହ ଦ୍ୱାର ସମ୍ମୁଖ ପ୍ରାଙ୍ଗଣ ରେ ପହଞ୍ଚିଛି ତିନି ରଥ , ସର୍ବ ପ୍ରଥମେ ବଳଭଦ୍ର ଙ୍କ ରଥ ତାଳଧ୍ୱଜ ଯାଇ ରଥ ଖଳା ରେ ପହଞ୍ଚିଥିଲେ ତାପରେ ଦେବୀ ସୁଭଦ୍ରା ଙ୍କ ରଥ ଦେବୋଦଳନ ରଥ ପହଞ୍ଚିଲା ପରେ ସର୍ବ ଶେଷ ରେ ପ୍ରଭୁ ଜଗନ୍ନାଥ ଙ୍କ ରଥ ନନ୍ଦିଘୋଷ ମାଉସୀ ମାଆ ମନ୍ଦିର ଖଳାରେ ପହଞ୍ଚିଛି ।
ପୋଲିସ ଓ ପ୍ରସାଶନ ପକ୍ଷରୁ ସୀମିତ ଲୋକ ରେ ଟଣା ହୋଇଥିଲା ରଥ । ଆଜି ଚତୁର୍ଦ୍ଧା ମୁରତିଙ୍କର ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହୋଇଯାଇଛି । ରଥଟଣା ଦିନ ୧୨ଟାରେ ଆରମ୍ଭ ହେବ ବୋଲି ନିର୍ଦ୍ଧାରିତ ହୋଇଥିଲା ଏବଂ ପ୍ରାୟ ସେଇ ସମୟରେ ହିଁ ଆରମ୍ଭ ହୋଇଥିଲା ରଥଟଣା ।
ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଶତାଧିକ ସେବାୟତ ବଡ଼ଦାଣ୍ଡରେ ଗଡ଼ାଇ ଥିଲେ । ପ୍ରଥମେ ଧୀରେଧୀରେ ତାଳଧ୍ୱଜ ଗଡ଼ିବା ପରେ କ୍ରମଶଃ ବେଗ ବଢ଼ିଥିଲା । ତାଳଧ୍ୱଜ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଟଣା ଆରମ୍ଭ ହୋଇଥିଲା । ଦିନ ପ୍ରାୟ ୧ଟା ସମୟରେ ବଡ଼ଦାଣ୍ଡରୁ ଗୁଣ୍ଡିଚା ଅଭିମୁଖେ ବାହାରି ଥିଲା ଦର୍ପଦଳନ ।
ଏହାପରେ ଭାଇଭଉଣୀଙ୍କୁ ସାଥୀରେ ଧରି ମଧ୍ୟାହ୍ନ ୨ଟା ପାଖାପାଖି ଶ୍ରୀମନ୍ଦିର ସମ୍ମୁଖରୁ ବାହାରି ଥିଲେ କାଳିଆ ସାଆନ୍ତ।ପ୍ରାୟ ୪ଟାରୁ ୪.୩୦ ମଧ୍ୟରେ ତାଳଧ୍ୱଜ ଓ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଛନ୍ତି । ପ୍ରଥମେ ତାଳଧ୍ବଜ ଓ କିଛି ସମୟ ପରେ ଦର୍ପଦଳନ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିବା ଦୃଶ୍ୟମାନ ହୋଇଛି ।