୧୪ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକର ଛେଳିଗଡ ଜଳସେଚନ ପ୍ରକଳ୍ପରେ ବିସ୍ଥାପିତ ପରିବାର ଦକ୍ଷିଣାଞ୍ଚଳ ରାଜସ୍ବ କମିସନରଙ୍କୁ ଭେଟି ୨୦ଟି ଦାବି ପ୍ରଦାନ କରିଥିଲେ । ଇତିମଧ୍ୟରେ ୨୪ଘଣ୍ଟା ନବିତିଣୁ ମଙ୍ଗଳବାର ସେମାନେ ଟନେଲ କାମ ବନ୍ଦ କରିଥିଲେ ତିତାଗାଁ, ସୁଗୁବା ଏବଂ ଆଉ କିଛି ଗ୍ରାମବାସୀ ଏଥିରେ ସାମିଲ ହୋଇଥିଲେ ।ଏ ନେଇ ଅଧୀକ୍ଷଣ ଯନ୍ତୀ ବିରେନ୍ଦ୍ର କୁମାର ଜଗତ ଓ ସହକାରୀ ଯନ୍ତୀ ଆଦିକନ୍ଦ ନାୟକ ଆର,ଉଦୟଗିରି ଥାନାରେ ଏତଲା ଦେଇଥିଲେ ।

ଥାନା ଅଧିକାରୀ ସନ୍ଧ୍ୟାରେ ସ୍ଥାନୀୟ ଥାନା ପରିସରରେ ବିସ୍ଥାପିତ ପରିବାରଙ୍କ ସହ ଥାନା ଅଧିକାରୀ ଆଲୋଚନା ହୋଇଥିଲା । ସେମାନେ ୨୦ଟି ଦାବି ପୂନର୍ବାର ଉପସ୍ଥାପନ କରିଥିଲେ । ସେମାନଙ୍କର ଦାବି ଅନୁଯାୟୀ ୨୦୨୨ ଜାନୁଆରୀ ୧ ତାରିଖ ସୁଦ୍ଧା ୧୮ବଷରେ ପହଞ୍ଚିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ସ୍ବତନ୍ତ ଡିପି ଭାବେ ଗଣନା କରାଯିବା ସକାଶେ ନିବେଦନ କରାଯାଇଛି । ତେବେ କାମରେ ଆଉ ବାଧା ସୃଷ୍ଟି ନକରିବାକୁ ଥାନା ଅଧିକାରୀ ସେମାନଙ୍କୁ ପରାମର୍ଶ ଦେଇଛନ୍ତି ।















