ଦୁଃଖଦ ଖବର ପାଇ ମାହାଙ୍ଗା ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ଦୁଃଖ ପ୍ରକାଶ କରିବା ସହିତ ଅଗ୍ନି ବିପନ୍ନଙ୍କ ପରିବାରକୁ ପାଲ, ରାସନ ସମାଗ୍ରୀ, ଚାଉଳ, ଚୁଡ଼ା ଓ ପିନ୍ଧା ଲୁଗା ଆଦି ସ୍ଥାନୀୟ ଜନ ପ୍ରତିନିଧିଙ୍କ ମାଧ୍ୟମରେ ଯୋଗାଇ ଦେଇଛନ୍ତି .

୧୪ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :- ମଙ୍ଗଳବାର ବିଳମ୍ବିତ ରାତିରେ ଉଷୁମା ଗ୍ରାମ ପଞ୍ଚାୟତର ଉଷୁମା ଗ୍ରାମର କାର୍ତ୍ତିକ ଚନ୍ଦ୍ର ନାୟକ, ସନ୍ତୋଷ କୁମାର ନାୟକ ଓ ସୁବାଷ୍ ନାୟକଙ୍କ ପାଞ୍ଚ ବଖରା ଘର ସହ ସମସ୍ତ ଆସବାବ ପତ୍ର ସମ୍ପୂର୍ଣ୍ଣ ପୋଡି ଯାଇଥିବା ବେଳେ ବହୁ ଜରୁରୀ କାଳୀନ ଜିନିଷ ପୋଡ଼ି ପାଉଁଶ ହୋଇ ଯାଇଛି । ଏହି ଦୁଃଖଦ ଖବର ପାଇ ମାହାଙ୍ଗା ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ଦୁଃଖ ପ୍ରକାଶ କରିବା ସହିତ ଅଗ୍ନି ବିପନ୍ନଙ୍କ ପରିବାରକୁ ପାଲ,

ରାସନ ସମାଗ୍ରୀ, ଚାଉଳ, ଚୁଡ଼ା ଓ ପିନ୍ଧା ଲୁଗା ଆଦି ସ୍ଥାନୀୟ ଜନ ପ୍ରତିନିଧିଙ୍କ ମାଧ୍ୟମରେ ଯୋଗାଇ ଦେଇଛନ୍ତି . ତତ଼ସହିତ ତହସିଲ୍ ଦାର୍ ଙ୍କୁ ନିର୍ଦ୍ଦେଶ ପ୍ରଦାନ କରି ପଲିଥିନ୍ ମଧ୍ୟ ଯୋଗାଇ ଦିଆଯାଇଛି । ଉକ୍ତ ସମୟରେ ସମସ୍ତ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ ଏବଂ ଘର ପୋଡ଼ିବାରେ ତୁରନ୍ତ ଦମକଳ କୁ ଡାକି ତୁରନ୍ତ ପଦକ୍ଷେପ ନେଇ କାର୍ଯ୍ୟ କରିଛନ୍ତି । ବ୍ଲକ୍ ବିଜେଡି ସଭାପତି ଶରତ ମହାପାତ୍ର ,ସରପଞ୍ଚ ଙ୍କ ପ୍ରତିନିଧି ପ୍ରଦୀପ୍ତ ସୁତାର,ସରପଞ୍ଚ ଭାରତ ମଲ୍ଲିକ, ରବୀନ୍ଦ୍ର ମହାନ୍ତି ,ରବୀନ୍ଦ୍ର ମହାପାତ୍ର ,ବିନୟ ମହାପାତ୍ର ,ଭାଗିରଥି ସ୍ୱାଇଁ, ଗୋପୀନାଥ ଦାସ ପ୍ରମୁଖ ମୂରବୀ ମାନେ ଥିଲେ ।














