No Result
View All Result
୧୨ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିିମିଟେଡ୍ (ଏଚ୍ଏମ୍ଏସ୍ଆଇ) ପକ୍ଷରୁ ଓବିଡି୨ ନିୟମ ପାଳନ କରୁଥିବା ନୂଆ ୨୦୨୩ ଡିଓକୁ ଉନ୍ମୋଚନ କରାଯାଇଛି ଯାହାର ଏକ୍ସ ସୋ’ରୁମ୍ ମୂଲ୍ୟ (ଦିଲ୍ଲୀ) ହେଉଛି ୭୦,୨୧୧ ଟଙ୍କା । ଏହି ଅବସରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦେଶକ, ସଭାପତି ଓ ସିଇଓ ଶ୍ରୀ ସୁସୁମୁ ଓଟାନି କହିଛନ୍ତି ଯେ, “ଓବିଡି୨ ନିୟମ ପାଳନ କରୁଥିବା ସମ୍ପୂର୍ଣ୍ଣ ନୂଆ ୨୦୨୩ ଡିଓର ଶୁଭାରମ୍ଭ ସହିତ ଆମେ ଏଭଳି ଏକ ସ୍କୁଟର ଉପସ୍ଥାପନ କରୁଥିବାରୁ ଗର୍ବିତ ଯାହାର ସ୍ପୋର୍ଟି ଓ ଆକର୍ଷଣୀୟ ଡିଜାଇନ୍ ରହିଥିବା ବେଳେ ଏଥିରେ ଉନ୍ନତ ମାନର ପ୍ରଯୁକ୍ତି ବି ରହିଛି । ଆମ ଗ୍ରାହକଙ୍କ ଅଭିଳାଷ ପୂରଣ କରିବା ଲାଗି ଆମେ ଜାରି ରଖିଥିବା ଉଦ୍ୟମର ପ୍ରତିଫଳନ ହେଉଛି ନୂଆ ଡିଓ ଏବଂ ଆମର ବିଶ୍ୱାସ ରହିଛି ଯେ ଏହା ଉଲ୍ଲେଖନୀୟ ଗ୍ରାହକ ଅନୁଭୂତି ପ୍ରଦାନ କରିବ ।’’ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିିମିଟେଡ୍ର ବିକ୍ରି ଓ ମାର୍କେଟିଂ ନିର୍ଦେଶକ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ, “୨୦୨୨ରେ ପ୍ରଥମେ ଶୁଭାରମ୍ଭ ହେବା ପରେ ହୋଣ୍ଡା ଡିଓରେ ମୋଟରସାଇକଲ୍ର ସ୍ପୋର୍ଟି ଆକର୍ଷଣୀୟ ଲୁକ୍ ଓ ସ୍କୁଟରର ସହଜତାର ମିଶ୍ରଣ ଥିଲା । ନୂଆ ୨୦୨୩ ଡିଓ ସହିତ ଏହାର ସ୍ପୋର୍ଟି ଆକର୍ଷଣୀୟ ଡିଜାଇନ୍ ଓ ହୋଣ୍ଡା ସ୍ମାଟ କି’ ଭଳି ଉନ୍ନତ ପ୍ରଯୁକ୍ତି ସହିତ କୌତୁକ ସନ୍ଧାନରେ ଥିବା ଗ୍ରାହକଙ୍କ ମଧ୍ୟରେ ନୂଆ ରୋମାଂଚ ସୃଷ୍ଟି କରିବ ।’’
୨୦୨୩ ଡିଓରେ ରହିଛି ବିଏସ୍-୬ ଓବିଡି୨ ନିୟମ ପାଳନ କରୁଥିବା ହୋଣ୍ଡାର ବିଶ୍ୱସନୀୟ ୧୧୦ ସିସି ପିଜିଏମ୍-ଏଫ୍ଆଇ ଇଂଜିନ, ଏନ୍ହାନ୍ସଡ୍ ସ୍ମାର୍ଟ ପାୱାର, ସ୍ୱତନ୍ତ୍ର ହୋଣ୍ଡା ଏସିଜି ଷ୍ଟାର୍ଟର, ପ୍ରୋଗ୍ରାମ୍ଡ ଫୁଏଲ୍ ଇଞ୍ଜେକ୍ସନ, ଟମ୍ବଲ ଫ୍ଲୋ, ଫ୍ରିକ୍ସନ ହ୍ରାସ, ସମ୍ପୂର୍ଣ୍ଣ ଡିଜିଟାଲ୍ ମିଟର ଓ ସାଇଡ୍ ଷ୍ଟାଣ୍ଡ୍ ଇଣ୍ଡିକେଟର ସହିତ ଇଞ୍ଜିନ ଇନହିବିଟର ଭଳି ସୁବିଧା । ଡିଜାଇନ୍ ଦୃଷ୍ଟିରୁ ସ୍କୁଟରରେ ରହିଛି ସିଗ୍ନେଚର ଏଲ୍ଇଡି ପୋଜିସନ୍ ଲ୍ୟାମ୍ପ୍, ଆଧୁନିକ ଟେଲ୍ ଲ୍ୟାମ୍ପ୍, ନୂଆ ଅଲୟ ହ୍ୱିଲ୍, ଡିଓ ଲୋଗୋ ଓ ଗ୍ରାଫିକ୍ସ, ସ୍ପୋର୍ଟ ସ୍ପ୍ଲିଟ୍ ଗ୍ରାବ୍ ରେଲ୍ ଏବଂ ତା ସହିତ ଟେଲିସ୍କୋପିକ୍ ସସ୍ପେନ୍ସନ୍, ଅଧିକ ଗ୍ରାଉଣ୍ଡ୍ କ୍ଲିୟରାନ୍ସ, ଲକ୍ ମୁଡ୍, ଇଞ୍ଜିନ ଷ୍ଟାର୍ଟ/ ଷ୍ଟପ୍ ସ୍ୱିଚ୍, ସାମ୍ନା ପକେଟ୍, ପାସିଂ ସ୍ବିଚ୍, ୩-ସ୍ତର ଆଡ୍ଜଷ୍ଟ୍ ହେଉଥିବା ପଛ ସସ୍ପେନ୍ସନ୍ ଭଳି ସୁବିଧା ରହିଛି । କଂପାନି ପକ୍ଷରୁ ଏହା ଉପରେ ୧୦ ବର୍ଷ (୩ ବର୍ଷ ସାଧାରଣ+ ୭ ବର୍ଷର ବର୍ଦ୍ଧିତ ୱାରେଂଟି ବିକଳ୍ପ) ୱାରେଂଟି ସୁବିଧା ପ୍ରଦାନ କରାଯାଉଛି । ୨୦୨୩ ଡିଓ ଷ୍ଟାଣ୍ଡାର୍ଡ, ଡିଲକ୍ସ ଓ ସ୍ମାର୍ଟ ଭଳି ତିନିଟି ଭାରିଆଂଟ୍ରେ ଉପଲବ୍ଧ ହେଉଥିବା ବେଳେ ତାହାର ମୂଲ୍ୟ ଯଥାକ୍ରମେ ୭୦, ୨୧୧ ଟଙ୍କା, ୭୪,୨୧୨ ଟଙ୍କା ଓ ୮୮,୭୧୨ ଟଙ୍କା ରହିଛି । ଷ୍ଟାଣ୍ଡାର୍ଡ ଭର୍ସନ ସ୍ପୋର୍ଟସ୍ ରେଡ୍୨, ଜାଜି ବ୍ଲୁ ମେଟାଲିକ୍, ମାଟ୍ ଆକ୍ସିସ୍ ଗ୍ରେ ମେଟାଲିକ ରଙ୍ଗରେ ଏବଂ ଡିଲକ୍ସ ମଡେଲ୍ ଡାଜେଲ୍ ୟେଲୋ ମେଟାଲିକ୍, ମ୍ୟାଟ୍ ଆକ୍ସିସ୍ ଗ୍ରେ ମେଟାଲିକ୍, ମ୍ୟାଟ୍ ସାଙ୍ଗ୍ରିଆ ରେଡ୍ ମେଟାଲିକ ରଙ୍ଗରେ ମିଳୁଛି । ସେହିପରି, ସ୍ମାର୍ଟ ଭାରିଆଂଟ୍ ପର୍ଲ ଇଗ୍ନେଅସ ବ୍ଲାକ୍, ମ୍ୟାଟ୍ ସାଙ୍ଗ୍ରିଆ ରେଡ୍ ମେଟାଲିକ୍ ଓ ମ୍ୟାଟ୍ ଡାର୍କ ବ୍ଲୁ ମେଟାଲିକ୍ ରଙ୍ଗରେ ଉପଲବ୍ଧ ରହିଛି । contact public.relations@honda2wheelersindia.com

No Result
View All Result