ଭାରତୀୟ ଶିକ୍ଷା ସମାଜ ତରଫରୁ
୧୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :- ବାଲେଶ୍ଵର ର ବାହାନଗା ଠାରେ ଘଟି ଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ରେ ପ୍ରାଣ ହରାଇଥିବା ମୃତକଙ୍କ ଆତ୍ମାର ଶାନ୍ତି ନିମନ୍ତେ ଶିକ୍ଷା ସମାଜର ସଭାପତି ପ୍ରଫେସର ଡ ଯୁଧିଷ୍ଠିର ଖଟୁଆଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ଓଡ଼ିଶା ତଥା ରାଜ୍ୟ ବାହାରୁ ବିଭିନ୍ନ ଶିକ୍ଷାବିତ୍ ଏବଂ ସମାଜ ଦେବୀ ମାନେ ଯୋଗଦେଇ ଅମର ଆତ୍ମାର ସଦଗତି କାମନା କରି ଦିବଂଗତ ଆତ୍ମପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏବଂ ଆହତ ବ୍ୟକ୍ତି ମାନଙ୍କର ଆରୋଗ୍ୟ କାମନା କରିଥିଲେ ।
ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇଥିବା ସଭ୍ୟମାନେ ହେଲେ ପ୍ର ସୁରେନ୍ଦ୍ର ମୋହନ ପାଣି , ଉପଦେଷ୍ଟା, ଭାରତୀୟ ଶିକ୍ଷା ସମାଜ,ପ୍ର. ବିମଳ ଚନ୍ଦ୍ର ସ୍ୱାଇଁ, ଡ. ରଶ୍ମି ରଂଜନ ନାଥ, ଡ.ବ୍ରଜ କିଶୋର ନାୟକ, ଡ କାର୍ତ୍ତିକ ଚନ୍ଦ୍ର ବରାଳ, ଗୀତା ରାଣୀ ମିଶ୍ର, ଶ୍ରୀମତୀ ସୁଜାତା ପ୍ରଧାନ,ଶରତ ମିଶ୍ର,ବୁଦ୍ଧଦେବ ସ୍ୱାଇଁ, ମାଧବ ମହାରଣା, ଲକ୍ଷ୍ମୀ ଅଗ୍ରୱାଲ, ଟଙ୍କଧର ଦେହୁରୀ,ବଳରାମ ସିଂହ, ସିଦ୍ଧାର୍ଥ ରଥ, ଧିରେନ୍ ମହାପାତ୍ର, କୈଳାସ ଚନ୍ଦ୍ର ପତି, କବିତା କୁମାରୀ, ପ୍ରତୀକ୍ଷା ବିଶ୍ଵାଳ, ବିପଦ ବନ୍ଧୁ ମହାନ୍ତି, ଏବଂ ସରୋଜ କୁମାର ସାମଲ ।














