ଖୁଡି ଲକ୍ଷ୍ମୀପ୍ରିୟା ଓ ମାମୁ ସୁଶାନ୍ତ ତାଙ୍କ ବାପାଙ୍କୁ ହତ୍ୟା କରିଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି ପୁତୁରା କାଳନ୍ଦୀ ବେହେରା
୧୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :- ପାରିବାରିକ ବିବାଦ ରୁ ମାହାଙ୍ଗା ଯେରକନ୍ଦରେ ବୃଦ୍ଧଙ୍କୁ ବିଭତ୍ସ ହତ୍ୟା ଘଟଣାରେ ଆଜି ବନ୍ଧାହୋଇଛନ୍ତି ତିନି ଅଭିଯୁକ୍ତ, ପାରିବାରିକ ବିବାଦକୁ ନେଇ ହତ୍ୟାକାଣ୍ଡ ପାଇଁ ଯୋଜନା ରଚିଥିଲେ ଶଳା, ହତ୍ୟାକାଣ୍ଡକୁ ରୂପରେଖ ଦେଇଥିଲେ ଭଉଣୀ ଓ ଭିଣୋଇ, ଦେଢଶୁର ହତ୍ୟାକାଣ୍ଡରେ ପ୍ରମୁଖ ଭୂମିକା ନିଭାଇଥିଲା ଭାଇ ବୋହୁ, ପରିବାରରେ ଲାଗିରହିଥିଲା ଦୀର୍ଘଦିନର ବିବାଦ,
ପରିବାର ରେ ମୃତ ଦିବାକରଙ୍କ ମୁଖିଆଗିରି ଓ ଅନ୍ୟମାନଙ୍କ କଥାକୁ ଅଣଦେଖା କରିବାରୁ ହିଁ ତାଙ୍କୁ ହତ୍ୟା କରାଯାଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି, ଯୋଉଥି ପାଇଁ ଶଳା ସୁଶାନ୍ତ ମଝିଆ ଭାଇ ବଳରାମ ଓ ଭାଇବୋହୁ ଲକ୍ଷ୍ମୀପ୍ରିୟା ଦିବାକରଙ୍କୁ ସବୁଦିନ ରାସ୍ତାରୁ ହଟାଇବା ପାଇଁ ଯୋଜନା କରି ଶେଷରେ ପଥରରେ ଛେଚି ହତ୍ୟା କରିଥିବା ଭାଇବୋହୁ ପୁଲିସ ଆଗରେ ସ୍ୱୀକାର କରିବା ସହ ହତ୍ୟାକାଣ୍ଡର ଡେମୋ ଦେଖାଇଛି, ଏଥିନେଇ ମହାଙ୍ଗା ଥାନା ପୁଲିସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନରେ ସଲେପୁର sdpo ବିମଲ ବାରିକ,
ତଦନ୍ତକାରୀ ଅଧିକାରୀ ମାହାଙ୍ଗା ଆଇଆଇସି ବିଜୟ ମଲ୍ଲିକ,ସବନିସ୍ପେକ୍ଟର ଇପ୍ସିତା ପ୍ରିୟଦର୍ଶିନୀ, କୁମୁଡ଼ାଯଇପୁର ଫାଣ୍ଡି ଅଧିକାରୀ ଗୋପବବନ୍ଧୁ ମଲ୍ଲିକ ସୂଚନା ଦେଇଛନ୍ତି, ଥାନା କେଶ ନଂ୧୭୮/୨୩ରେ ଏକ ହତ୍ୟା ମାମଲା ରୁଜୁକରି ସମସ୍ତ ଅଭିଯୁକ୍ତଙ୍କୁ ସଲେପୁର ବିଚାରବିଭାଗୀୟ ଅଦାଲତକୁ ଚାଲାଣ କରାଯାଇଛି, ଅପରପକ୍ଷରେ ଜମିଜମା ଓ ଅନ୍ୟ ଏକ କାରଣକୁ ନେଇ ଦାଦା ବଳରାମ ,ଖୁଡି ଲକ୍ଷ୍ମୀପ୍ରିୟା ଓ ମାମୁ ସୁଶାନ୍ତ ତାଙ୍କ ବାପାଙ୍କୁ ହତ୍ୟା କରିଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି ପୁତୁରା କାଳନ୍ଦୀ ବେହେରା














