No Result
View All Result
୧୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଣପୁର :- ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଳକ ନନ୍ଦପୁର ଗ୍ରାମ ପଞ୍ଚାୟତ ସୁନାକେରା ଗ୍ରାମ ରେ ମା ଜେନାଭୂୟାଁ ଦେବୀଙ୍କ ପୀଠରେ ଚାରି ଦିନ ଧରି ବିଶ୍ବଶାନ୍ତି ଦେବୀ ମହାଯଜ୍ଞ ଆଚାର୍ଯ୍ୟ ବାମନ ଚରଣ ଦାସ ଙ୍କ ତତ୍ତ୍ଵାବଧାନରେ ପାଳିତ ହୋଇଯାଇଛି । ପଣ୍ଡିତ ରାମନାଥ ମିଶ୍ର ଅଭିଷେକ ,
ସୁରେଶ ଚନ୍ଦ୍ର ମହାପାତ୍ର ପୁସ୍ତକ ଆଚାର୍ଯ୍ୟ , ସତ୍ୟଜିତ ପାଢି ଚଣ୍ଡୀ ପାଠକ ଓ ବ୍ରହ୍ମା ଭାବେ ଲକ୍ଷ୍ମୀଧରି ହୋତା ଯଜ୍ଞର ପରିଚାଳନା କରିଥିଲେ ! ଅଭିମନ୍ୟୁ ବସ୍ତି ଏବଂ ତାଙ୍କ ଧର୍ମପତ୍ନୀ ପ୍ରଭାସିନୀ ବସ୍ତି କର୍ତ୍ତା ଭାବେ କାର୍ଯ୍ୟ କରିଥିଲେ ।
ଯଜ୍ଞ ପ୍ରାରମ୍ଭରୁ ଅଙ୍କୁରାରୋପଣ , କଳସ ଯାତ୍ରା, ସର୍ବ ଦେବା ଦେବୀ ଆବାହନ , ସୂର୍ଯ୍ୟ ପୂଜା , ଅଗ୍ନି ସଂଯୋଗ , ଚଣ୍ଡୀ ପାଠ ଓ ଦେବୀ ଙ୍କର ଷୋଡ଼ଶ ଉପଚାର ପ୍ରଭୃତି କରାଯାଇଥିବା ବେଳେ ପୂର୍ଣ୍ଣାହୁତି ଅବସରରେ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।
ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ତଥା ବାଣପୁର ବ୍ଲକ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ,ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପ ସଭାପତି ଶ୍ରୀଯୁକ୍ତ ଗୋପୀନାଥ ମହାରଣା,ନନ୍ଦପୁର ପଞ୍ଚାୟତ ର ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ, ସାମ୍ବାଦିକ ଅରୁଣ କୁମାର ପଣ୍ଡା ,
ଆଦି ଯୋଗଦେଇ ଆଶିର୍ବାଦ ଭିକ୍ଷା କରିଥିଲେ, ତେବେ ୪ ଦିନ ବ୍ୟାପି ମହାଯଜ୍ଞ ଚାଲିଥିବା ବେଳ ଉକ୍ତ କାର୍ଯ୍ୟକ୍ରମକୁ ଗ୍ରାମ ର ସଂଘ୍ଠକ ତଥା ସମାଜ ସେବୀ ଦେବରାଜ ବସ୍ତି ଓ କାମେଶ୍ୱର୍ ବସ୍ତି ଏବଂ ସୁନାକେରା ଗ୍ରାମବାସୀ ପରିଚାଳନା କରି ପରି ଶେଷରେ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ,
No Result
View All Result