No Result
View All Result
୯ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ ଜିଲ୍ଲା :- କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ପୋଲିସକୁ ମିଳିଛି ସଫଳତା । ପେଟ୍ରୋଲିଂ ବେଳେ ଦୁଇଜଣ ଅଭ୍ୟାସଗତ କୁଖ୍ୟାତ ଅପରାଧୀ ଅପରାଧ ଯୋଜନା କରୁଥିବା ସମୟରେ ପୋଲିସ ଗୋଡାଇ ଗୋଡ଼ାଇ ତାଙ୍କୁ କାବୁ କରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ଗୋଟିଏ ମାଉଜର, 4ଟି ଜୀବନ୍ତ ଗୁଳି, ଗୋଟିଏ ଭୁଜାଲି ଓ ବାଇକ ଜବତ ହୋଇଛି ।
ସେମାନେ ହେଲେ ସ୍ଥାନୀୟ ଗୋପାଳପୁର ଅଞ୍ଚଳର ଏସ କେ ବସର ଅଲ୍ଲୀ ଓ କେନ୍ଦ୍ରାପଡ଼ା ସଦର ଅଞ୍ଚଳର ଚାନୁ ଖାନ। ଏହି ଦୁଇଜଣଙ୍କ ନାଁରେ କେନ୍ଦ୍ରାପଡ଼ା , କଟକ ଓ ଯାଜପୁର ଅଞ୍ଚଳର ବହୁ ଥାନାରେ ବିଭିନ୍ନ ଅପରାଧିକ ମାମଲା ରହିଛି । ଏନେଇ ଭଦ୍ରେଶ୍ୱର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ସାଲେପୁର SDPO ବିମଲ ବାରିକ ସୂଚନା ଦେଇଛନ୍ତି ।

No Result
View All Result